Home ରାଜ୍ୟମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି : କ୍ରମାଗତ ତୃତୀୟ ଥର ନେସନାଲ କଲେଜ୍ ଚମ୍ପିୟାନ।

ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି : କ୍ରମାଗତ ତୃତୀୟ ଥର ନେସନାଲ କଲେଜ୍ ଚମ୍ପିୟାନ।

by Maraguda Express
0 comments

ନୂଆପଡ଼ା -୨/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସିଲଦା ସ୍ଥିତ ନେସନାଲ କଲେଜ ନୂଆପଡା କ୍ରମାଗତ ଭାବେ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଅଛି। ଫାଇନାଲ ମ୍ୟାଚ ରେ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ଆୟୋଜକ ଦଳକୁ ପରାସ୍ତ କରି ଚାମ୍ପିୟନ ଟ୍ରଫି କୁ କ୍ରମାଗତ ତୃତୀୟ ଥର ପାଇଁ କବଜା କରିଥିଲେ। ନେସନାଲ କଲେଜ ନୂଆପଡା ଏହି ପ୍ରତିଯୋଗିତା ପାଇଁ ଜୋରଦାର ଅଭ୍ୟାସ କରିଥିଲେ ।

୧୦ ଦିନ ପୂର୍ଵରୁ କବାଡି ମେଟ ରେ କବାଡି ପ୍ରଶିକ୍ଷକଙ୍କ ସହିତ ନିୟମିତ ଅଭ୍ୟାସ କରି ସଫଳ ହୋଇଥିଲେ। କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁଙ୍କ ମାର୍ଗଦର୍ଶନ ଓ କ୍ରୀଡ଼ା ଶିକ୍ଷକଙ୍କ ନେତୃତ୍ୱରେ ଦଳ ନିୟମିତ ଅଭ୍ୟାସ କରିଥିଲେ। ଉପରୋକ୍ତ କବାଡି ପ୍ରତିଯୋଗିତା ଟି ଗତ ୨୯ ନଭେମ୍ବର ୨୦୨୫ ଦିନ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ, ଭବାନିପାଟଣା,କଳାହାଣ୍ଡି ରେ ୧୭ ଗୋଟି କଲେଜ ଦଳ କୁ ନେଇ ଅନୁଷ୍ଠିତ ହୋଇଥିଲା। ନେସନାଲ କଲେଜ୍ ର ଖେଳାଳି ମାନେ କଲେଜ୍ ପହଞ୍ଚିବା ପରେ ତାଙ୍କୁ କଲେଜ୍ ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ବିପୁଳ ସ୍ବାଗତ,ସମ୍ବର୍ଦ୍ଧନା ପ୍ରଦାନ୍ କରିଥିଲେ। କଲେଜ୍ ପକ୍ଷ ରୁ କ୍ରୀଡ଼ା ଅଧ୍ୟାପକ ପ୍ରକାଶ କୁମାର ସାହୁଙ୍କୁ ଉପଢୌକନ ଓ ଫୁଲ ମାଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କବାଡି ଦଳ କୁ ଚାମ୍ପିୟନ କରିଥିବା ଖେଳାଳି ମାନେ ହେଲେ ହରିଶ୍ ମାଝୀ, ଗୌରବ ସାହୁ, ବସନ୍ତ ସାହୁ, ଦଶରଥ ରାଉତ, ନରେଶ ମାଝୀ, ଡୋଳାମଣି ମାଝୀ, ନରସିଂହ ମାଝୀ, ଆରିୟନ୍ ମାଝୀ, ମୁକେଶ ମାଝୀ,ପପ୍ପୁ ଶବର, ଡୀଗେସ ମାଝୀ, କାର୍ତ୍ତିକ ରାଉତ,ଧନରାଜ ଶବର ଓ କୋମଳ ମାଝି ପ୍ରମୁଖ । ସଭା ଶେଷ ରେ ଚାମ୍ପିୟନ ଦଳ ଖେଳାଳିମାନେ କଲେଜ ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha