84
ପ୍ରତି ପରିବାରର ସ୍ୱପ୍ନ – ପକ୍କା ଘର, ସୁରକ୍ଷିତ ଭବିଷ୍ୟ।
previous post
ନୂଆପଡ଼ା -୧୦/୨ (ମାରାଗୁଡ଼ା ଏକ୍ସପ୍ରେସ) ଆଜି ଖରିଆର ରୋଡ ନଗରପାଳିକା ଅନ୍ତର୍ଗତ ୱାର୍ଡ଼ ନଂ -୧୨ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିର୍ମିତ ଦୁଇଟି ନୂତନ ପକ୍କା ଆବାସ ଗୃହ ରେ ପ୍ରବେଶ କରାଇବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ବୋଲି ନଗର ପାଲିକା ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ ଆନନ୍ଦ ପ୍ରକାଶ କରିଥିଲେ।
ଏହି ଅବସରରେ ନଗରପାଳିକା ଅଧ୍ୟକ୍ଷା ଡାକ୍ତର ଜୈନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ନୂତନ ଗୃହରେ ପ୍ରବେଶ କରିଥିବା ପରିବାରକୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମରେ ନଗରପାଳିକା ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା , ୱାର୍ଡ଼ ପାର୍ଷଦ ଶେଖର ଜୈନ, ମୋହନ ଚେଳକ, ସାଂସଦ ପ୍ରତିନିଧି ଗୋଲ୍ଡି ସୋମନାଥ ଅଗ୍ରୱାଲ ଓ ଇଓ କମଳାସନ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ।

