Home ରାଜ୍ୟମାନବିକତାର ଅନନ୍ୟ ଉଦାହରଣ : ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପାଇଁ ଦେବଦୂତ ସାଜିଲେ ନୂଆପଡ଼ା ଜିଲ୍ଲାପାଳ।

ମାନବିକତାର ଅନନ୍ୟ ଉଦାହରଣ : ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପାଇଁ ଦେବଦୂତ ସାଜିଲେ ନୂଆପଡ଼ା ଜିଲ୍ଲାପାଳ।

by Maraguda Express
0 comments
ନୂଆପଡ଼ା-୧୦/୦୯- ପ୍ରଶାସନିକ ଦାୟିତ୍ୱ ସହ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ। ଆଜି ଜିଲ୍ଲା ଅଦାଲତ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ ଜିଲ୍ଲାପାଳ। ସାମାନ୍ୟତମ ବିଳମ୍ବ ନକରି ସେ ତୁରନ୍ତ ନିଜ ସରକାରୀ ଗାଡ଼ି ଅଟକାଇ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ।
ସେଠାରେ ପହଞ୍ଚି ଆହତ ଯୁବକଙ୍କ ଅବସ୍ଥା ଯାଞ୍ଚ କରିବା ସହ ତୁରନ୍ତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ, ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜେ ଫୋନ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)ଙ୍କ ସହ କଥା ହୋଇ ତୁରନ୍ତ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆହତଙ୍କ ପରିବାରବର୍ଗଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳଙ୍କ ଏହି ତତ୍ପରତା ଓ ସମ୍ବେଦନଶୀଳ ପଦକ୍ଷେପ ଯୋଗୁଁ ଯୁବକ ଜଣକ ଠିକ୍ ସମୟରେ ଚିକିତ୍ସା ପାଇପାରିଛନ୍ତି। ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ସାଧାରଣ ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଥିବାରୁ ଜିଲ୍ଲାପାଳଙ୍କ ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ତଥା ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha