Home ରାଜ୍ୟମୌଳିକ ଶିକ୍ଷା ରୁ ବଞ୍ଚିତ ତାଲାବେଲା ଗ୍ରାମ ରେ ନିଯୁକ୍ତ କଲେ ସ୍ଵେଚ୍ଛାସେବୀ ଶିକ୍ଷକ।

ମୌଳିକ ଶିକ୍ଷା ରୁ ବଞ୍ଚିତ ତାଲାବେଲା ଗ୍ରାମ ରେ ନିଯୁକ୍ତ କଲେ ସ୍ଵେଚ୍ଛାସେବୀ ଶିକ୍ଷକ।

ତାଲାବେଲା ଗ୍ରାମରେ ପହଞ୍ଚିଲା ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ସଦସ୍ୟ।

by Maraguda Express
0 comments

ନୂଆପଡ଼ା ୧୮/୮(ସୁରେନ୍ଦ୍ର ତିୱାରୀ ) ଗତ ରବିବାର ଦିନ ନୂଆପଡ଼ା ଜିଲ୍ଲାର ଉପାନ୍ତ ରେ ଅବସ୍ଥିତ ସୁନାବେଡ଼ା ଅଭୟାରଣ୍ୟ ର ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଜଳମଡ଼େଇ ଗ୍ରାମ ଠାରୁ ୬ କିଲୋମିଟର ଦୂରେ ଅବସ୍ଥିତ ତାଲାବେଲା ଗ୍ରାମ ରେ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ପହଞ୍ଚି ଗ୍ରାମର ପରିସ୍ଥିତି ଅନୁଧ୍ୟାନ କରି ବୁଝାବୁଝି କରିଥିଲେ । ସେଥିରୁ ଜଣା ପଡିଥିଲା ଯେ, ସେହି ଗ୍ରାମରେ ପାଖାପାଖି ୩୦/୩୫ ଘର ଓ ଗାଁ ର ଜନସଂଖ୍ୟା ହାରାହାରି ୧୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ସେହି ଗାଁ ରେ ୨୦୦୧-୨୦୦୨ ରେ ଇଜିଏସ କେନ୍ଦ୍ର ଚାଲିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଗଲା କିନ୍ତୁ ବହୁତ ଦୁଃଖର ବିଷୟ ଯେ ଦେଶ ସ୍ୱାଧୀନ ହେବା ର ୭୯ ବର୍ଷ ପରେ ମଧ୍ୟ ଗୋଟିଏ ବିଦ୍ୟାଳୟ ଦେଇ ପାରିଲେନି ସରକାର । ଯତଦ୍ୱାରା ଉପରୋକ୍ତ ଗ୍ରାମର ଛାତ୍ରଛାତ୍ରୀମାନେ ମୌଳିକ ଶିକ୍ଷା ଅଧିକାର ରୁ ବଞ୍ଚିତ ହୋଇଛନ୍ତି ।ଏହି ବିଷୟ ଉପରେ ଗ୍ରାମବାସୀଙ୍କ ସହ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଏକ ବୈଠକ କରି ଗ୍ରାମରେ ଥିବା ୩୨ ଜଣ ବାଳକ ବାଳିକା ଙ୍କୁ ପାଠ ପଢ଼େଇବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ସେହି ଗ୍ରାମର ଜଣେ ଯୁବକଙ୍କୁ ପାଠ ପଢ଼େଇବା ପାଇଁ ଦାୟୀତ୍ୱ ଦେଇଥିଲେ । ଆଗାମୀ ଦିନରେ ସେହି ଗ୍ରାମରେ ସ୍କୁଲ ଖୋଲିବା ପାଇଁ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଟ୍ରଷ୍ଟ ର ଅଧ୍ୟକ୍ଷ୍ୟ ବଜରଙ୍ଗ ମାଝୀ, ସହ ସମ୍ପାଦକ ଦିନେଶ କୁମାର ମାଝୀ, କୋଷାଧକ୍ଷ୍ୟ ପ୍ରିତିଶାୟ ମାଝୀ, ସଦସ୍ୟ ଜୟ ପ୍ରକାଶ ମାଝୀ ଇ.ଓ. ସୁନାବେଡ଼ା, ମେଙ୍ଗରାଜ ମାଝୀ ସରପଞ୍ଚ ସୋସେଙ୍ଗ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha