Home ରାଜ୍ୟଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ଶହେତମ ଜନ୍ମ ଦିବସ ପାଳିତ।

ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ଶହେତମ ଜନ୍ମ ଦିବସ ପାଳିତ।

by Maraguda Express
0 comments

ନୂଆପଡ଼ା -୨୨/୧୧ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ମୁଣ୍ଡାପଲା ଠାରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଶହେତମ ଜନ୍ମ ଦିବସ ହର୍ଷ ଉଲ୍ଲାସ ସହ ପାଳିତ ହୋଇଯାଇଛି।ବାବାଙ୍କ ଜନ୍ମ ଦିବସ ଅବସରରେ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲାର ଆବାହକ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପତିତପାବନ ସାହୁ ବାବାଙ୍କ ଜନ୍ମ ତଥା ସାରା ବିଶ୍ବରେ ବାବାଙ୍କ ସେବାର ମାର୍ଗ ଉପରେ ଆଲୋକପାତ କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ଶିକ୍ଷ୍ୟାବିତ ହୁତାଶନ ତାଣ୍ଡି ବାବାଙ୍କ ଭଳି ସତ୍ୟନିଷ୍ଠ ଓ ସେବା ମାର୍ଗ ରେ ଚାଲି ନିଜକୁ ଗଢି ତୋଳିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଖାତା,ବାବାଙ୍କ ଫଟୋ,ବାବାଙ୍କ ଲକେଟ ତଥା ପ୍ରସାଦ, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ବାବା ଙ୍କ ପୂଜା,ଭୋଗ ଧୂପଦୀପ ଓ ଅନ୍ୟାନ୍ୟ କାର୍ଯ୍ୟ ପରିଚାଳନା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପଣ୍ଡା ତୁଲାଇଥିଲେ।ବିଦ୍ୟାଳୟର ଶିକ୍ଷକ ତପନ କୁମାର ବହିଦାର,ମନୋଜ ନାୟକ,ସୁବାସ ମେହେର,ସୁଶାନ୍ତ ରଣା,ନବୀନ ମେହେର,କ୍ଷିରସିନ୍ଧୁ ପ୍ରଧାନ,କ୍ଷୀରୋଦ ମାଝୀ,ନାନୁ ପ୍ରସାଦ ଦୁବେ,କୁମର କେତକୀ,ଦେବରାଜ ନାୟକ ପ୍ରମୁଖ ସହଯୋଗ କରି ବାବା ଙ୍କ ଜନ୍ମୋତ୍ସବ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha