Home ରାଜ୍ୟବାରହା ଶିକାରୀ ଦଳକୁ ଧରିବାରେ ବନବିଭାଗ ସଫଳ : ୪ ଗିରଫ

ବାରହା ଶିକାରୀ ଦଳକୁ ଧରିବାରେ ବନବିଭାଗ ସଫଳ : ୪ ଗିରଫ

by Maraguda Express
0 comments

ନୂଆପଡ଼ା -୨୨/୧୧ (ସବ୍ୟୁ) ନୂଆପଡ଼ା ଜିଲ୍ଲା ରେ ହାତୀ, ଭାଲୁ, ଚିତା ବାଘ ଓ ବାରହା ଆତଙ୍କ ଖେଳାଇ ଥିବା ବେଳେ କେତେକ ଶିକାରୀ ଏହାର ଶିକାର କରି ବ୍ୟବସାୟ ଚଳାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଏ ଭଳି ଏକ ଘଟଣା କୋମନା ଅଞ୍ଚଳ ରେ ଘଟି ଯାଇଛି। କୋମନା ସ୍ଥିତ ରେଞ୍ଜ ଅଫିସ କୁ ଏକ ବିଶ୍ୱସ୍ତ ସୂତ୍ର ରୁ ସୂଚନା ପ୍ରାପ୍ତ ହେଇଥିଲା, ଉକ୍ତ ଖବର କୁ ଆଧାର କରି ବନ ବିଭାଗ କର୍ମଚାରୀ ବରନ୍ଦାପାଟ ଅଞ୍ଚଳରୁ ଏକ ଘରେ ବାରହା ଶିକାର କରିଥିବା ଶିକାରୀ ଦଳକୁ ଧରି ତାଙ୍କ ଠାରୁ ରନ୍ଧା ମାଂସ ଓ ବ୍ୟବହୃତ କଟୁରି, ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ବରନ୍ଦାପାଟ ଗାଁର କେଶବ ମାଝୀ ଗୁରୁବାର ଭୋର ସମୟରେ ନିଜ ଚାଷ ଜମିରେ ଧାନ ଅମଳ କରୁଥିବା ସମୟରେ ଏକ ବାରହା ତାଙ୍କ ସମ୍ମୁଖରେ ଚାଲିଆସିଥିଲା ଠିକ୍ ସେହି ସମୟରେ କେଶବ ଏକ ଧାରୁଆ ଟାଙ୍ଗିଆ ରେ ବାରହାକୁ ଆକ୍ରମଣ କରି ହତ୍ୟା କରିଥିଲା । ପରେ ଖାଇରଭାଡି ଗାଁର ନିଜ ସମ୍ପର୍କୀୟ ସୁବନ୍ତ ମାଝୀଙ୍କୁ ଖବର ଦେଇ ଥିଲା। ବରନ୍ଦାପାଟ ଗାଁକୁ ଆସି କେଶବ ଠାରୁ ଉକ୍ତ ମୃତ ବାରହାକୁ ନେଇଥିଲା । ପରେ ଜନ୍ଦ୍ରାମୁଣ୍ଡା ଗାଁର କେଶବ ମାଝୀ ଓ ମୋହନ ମାଝୀ ଙ୍କ ସହ ମିଶି ସେଠାର ବାରହାକୁ କାଟି ମାଂସ ବିକ୍ରି କରିଥିଲେ ଓ ବଳକା ମାଂସ କୁ ରୋଷେଇ କରି ଖାଇଥିଲେ । ବର୍ତମାନ ମଧ୍ଯ ଅନୁସନ୍ଧାନ ଜାରି ରହିଛି । ୪ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। ବନ ବିଭାଗ ର ତଦନ୍ତ ଅବ୍ୟାହତ ରହିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha