145
ନୂଆପଡ଼ା ୧୮/୦୬ – ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏବେ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆଜି ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ସଡ଼କ ସୁରକ୍ଷା କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ଦୁଇ ଚକିଆ ଯାନରେ ଆସୁଥିବା ସରକାରୀ କର୍ମଚାରୀ ଯଦି ହେଲମେଟ ପିନ୍ଧି ନଥିବେ, ତେବେ ସେମାନଙ୍କୁ କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ସେହିପରି ଚାରି ଚକିଆ ଯାନରେ ଯାତାୟାତ କରୁଥିବା କର୍ମଚାରୀଙ୍କ ପାଇଁ ସିଟ୍ବେଲ୍ଟ ବାଧ୍ୟତାମୂଳକ କରାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦିଲୀପ କୁମାର ଦାଶ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼. ସୁଖେନ୍ଦୁ ରାୟ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନଙ୍କ ସମେତ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ଆର୍ ଆଣ୍ଡ ବି ଏସଡିଓ ସୁକାନ୍ତ ଗରଡ଼ିଆ ଏବଂ ତିନୋଟି ଯାକ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।