25
ନୂଆପଡ଼ା, ୧୮/୬- ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି), ଖରିଆର ରୋଡ ଆନୁକୂଲ୍ୟରେ ୱାର୍ଡ ନଂ ୧୬ ଏବଂ ୧୭ ଠାରେ ଏକ ବୃହତ୍ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସହରର ବିକାଶ ପ୍ରକ୍ରିୟାରେ ନାଗରିକମାନଙ୍କୁ ସିଧାସଳଖ ସାମିଲ କରିବା ଏବଂ ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଜନକଲ୍ୟାଣକାରୀ ଶିବିରର ଆୟୋଜନ କରାଯାଇଥିଲା।
ଏହା ସହିତ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତୀ ଅବସରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ବାର୍ତ୍ତା ସମ୍ବଳିତ ସ୍ୱତନ୍ତ୍ର ପୁସ୍ତିକା “ବିକାଶର ଧାରା ଓଡ଼ିଶା ସାରା” ଉପସ୍ଥିତ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା, ଯାହାଦ୍ୱାରା ଲୋକେ ସରକାରଙ୍କ ପ୍ରଗତି ସମ୍ପର୍କରେ ସବିଶେଷ ସୂଚନା ପାଇପାରିବେ।