ନୂଆପଡ଼ା -୨୯/୮(ସୁରେନ୍ଦ୍ର ତିୱାରୀ ) ସିନାପାଲିରେ ନୂଆଁଖାଇ ଦିନେ ଭବ୍ଯ ନୂଆଁଖାଇ ଭେଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ଜଗନ୍ନାଥ ଛକ ଠାରେ ଅନୁଷ୍ଠିତ ଏହି ଭେଟଘାଟରେ ସିନାପାଲି ସହରର ସମସ୍ତ ଜାତି ବର୍ଗର ଲୋକ ସମବେତ ହୋଇ ପରସ୍ପର ଭେଟ ହେବା ସହ ପାରମ୍ପରିକ ନୄତ୍ଯଗୀତର ମଜା ନେଇଥିଲେ । ଏ ଅବସରରେ ସାମୂହିକ ନୂଆଁଖାଇ ଭେଟ ପରିବାରର ସଭାପତି ତ୍ରିନାଥ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବୈଶମ୍ପାୟନ ମେହେର, ଶଶିଭୂଷଣ ମାଝୀ, ଡମ୍ୱରୁଧର ମେହେର, ନୀଳମଣି ମେହେର, ହୃଦାନନ୍ଦ ମାଝୀ, ପୂର୍ଣ୍ଣଚନ୍ଦ୍ର ମେହେର, ଭବାନି ଶଙ୍କର ନିଆଲ, ଗୋଳାମଣି ସା, ତୁଳସୀରାମ ମେହେର, ନାରୟଣ ପାତ୍ର, ମନୋଜ ମେହେର, ନନ୍ଦକୁମାର ପାତ୍ର,ବାମଦେବ ଦାଶ, ଅରିଗଂଜନ ଯୋଷୀ, ସତ୍ଯବ୍ରତ ଗହିର, ନବୀନ ଚନ୍ଦ୍ର ମେହେର, ବୈଷ୍ଣବ ମେହେର, ଲଳିତ କୁମାର ସୁନାରୀ, ପ୍ରିୟରଞ୍ଜନ ମେହେର, ବିଜୟ ସାହୁ, ତରୁଣ କୁମାର ମେହେର, ସୁଶାନ୍ତ ନାଏକ, ସୂରଜ କୁମାର ମେହେର ପ୍ରମୁଖ ମାଁ ମହୁଲଗଛିଏନଙ୍କ ପୂଜାଅର୍ଚ୍ଚନା କରି ଭେଟଘାଟକୁ ଶୁଭାରମ୍ଭ କରିଥିଲେ ।
ପ୍ରାରମ୍ଭରେ କମିଟିର ସଂପାଦକ ପ୍ରଭାତ କୁମାର ମେହେର କାର୍ଯ୍ଯକ୍ରମର ଉଦ୍ଦେଶ୍ଯ ଜଣାଇବା ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବେଣୁଧର ମେହେର ବିବରଣୀ ପଠନ କରିଥିଲେ । ସ୍ବର ସଙ୍ଗମ କଳା ପରିଷଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହାପରେ ସ୍ଥାନୀୟ ଏବଂ ବାହାରୁ ଆସିଥିବା କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ କୋଶଳି ନାଟକକୁ ଲୋକେ ମନଭରି ଉପଭୋଗ କରିଥିଲେ । ଭିନ୍ନଭିନ୍ନ ବର୍ଗର ଲୋକଙ୍କ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୄତି ପ୍ରତିଭାଗିଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଗୌତମ ମେହେର ପରିଚାଳନା କରିଥିଲେ ।
ସ୍ବତଂତ୍ର ଭାବରେ ପାରମ୍ପରିକ ପୋଷାକ ପରିଧାନ କରିଥିବା ପାଞ୍ଚୁ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ଯକ୍ରମ ପୂର୍ବରୁ ଏକ ଶୋଭାଯାତ୍ରା ମାଧ୍ଯମରେ ସହର ପରିକ୍ରମା କରିବା ସହ ସମସ୍ତ ଦେବାଦେବୀ ମନ୍ଦିରରୁ ଆଶୀର୍ବାଦ କାମନା କରାଯାଇଥିଲା । ପାରମ୍ପରିକ ବେଶଭୂଷା ଶୋଭାଯାତ୍ରାର ମୁଖ୍ଯ ଆକର୍ଷଣ ଥିଲା । ଶେଷରେ ରଶ୍ମିରଞ୍ଜନ ସା ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ଭେଟଘାଟ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ । ବିଳମ୍ବିତ ରାତି ଯାଏଁ ଲୋକେ କାର୍ଯ୍ଯକ୍ରମର ଉପଭୋଗ କରିଥିଲେ ।



ସିନାପାଲିରେ ସାମୂହିକ ନୂଆଁଖାଇ ଭେଟଘାଟ‐ ପାରମ୍ପରିକ ନୄତ୍ଯଗୀତରେ ଦୁଳୁକିଲା ମଞ୍ଚ।
72
previous post