85

ନୂଆପଡ଼ା -୧୪/୯ (ସୁରେନ୍ଦ୍ର ତିୱାରୀ) ଏବେ ନା ଅଛି ବର୍ଷା, ନା ଖରା କି ଶୀତର ପ୍ରାବଳତା। ଗାଢ଼ ସବୁଜ ରଙ୍ଗର ଶାଢ଼ି ପିନ୍ଧି ଉତଫୁଲ୍ଲିତ ପୃଥିବୀ । ଏପଟେ ସବୁଜ ଶାଢ଼ିର ଶୁଭ୍ର ଧଡ଼ି ପରି ଦିଶୁଥାଏ ସୁନ୍ଦରୀ କାଶତଣ୍ତି । ଏହି ମର୍ମରେ ଆଜି ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ “କାଶତଣ୍ତି” ଶୀର୍ଷକ କବିତା ପାଠ ଅନୁଷ୍ଠିତ ହୋଇଛି।
ରବିବାର ପ୍ରାକୃତିକ ପରିବେଶ ମଧ୍ଯରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କବୟିତ୍ରୀ ଶାଶ୍ବତୀ ହୋତା, କବି ଗୌତମ ମେହେର, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ପ୍ରେମାନନ୍ଦ ମେହେର, ମନୋଜ ଜଗତ, ସାମ୍ବାଦିକ କୁନାଲ ଚରଣ ବେହେରା, ବାପିନା ସାହୁ, କୃଷ୍ଣବଲ୍ଲଭ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କାଶତଣ୍ତି ସହ ମାଁ ଦୁର୍ଗା ଓ ସାହିତ୍ଯର ନିବିଡ଼ ସଂପର୍କ ପ୍ରସଙ୍ଗ କବିତା ଗୁଡ଼ିକର ଉପସ୍ଥାପିତ ହୋଇଥିଲା ।