Home ରାଜ୍ୟସିନାପାଲି ବ୍ଲକ ସ୍ତରୀୟ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ସିନାପାଲି ବ୍ଲକ ସ୍ତରୀୟ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

by Maraguda Express
0 comments

ସିନାପାଲି ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ
ନୂଆପଡା -୨୧/୦୬(ଏମ.ଇ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ପାଳିତ ହୋଇଯାଇଛି । ସିନାପାଲି ବ୍ଲକ ପ୍ରଶାସନ, ପତଞ୍ଜଳି ଯୋଗ ସମିତି, ସ୍ଥାନୀୟ ପୋଲିସ ପ୍ରଶାସନ, ଗାୟତ୍ରୀ ଶକ୍ତିପୀଠ ଓ ମାରୱାଡ଼ି ଯୁବାମଞ୍ଚ ର ମିଳିତ ଉଦ୍ଯମରେ ଆୟୋଜିତ ଏହି ଯୋଗ ସମାବେଶରେ ଯୋଗ ସମିତିର ସଂପାଦକ ନବୀନ ଚନ୍ଦ୍ର ମେହେର କାର୍ଯ୍ଯକ୍ରମକୁ ସଞ୍ଚାଳନ କରିଥିଲେ । କାର୍ଯ୍ଯକ୍ରମରେ ଅତିଥି ଭାବରେ ବିଡ଼ିଓ କାର୍ମୀ ଓରାମ, ଆଇଆଇସି ରଶ୍ମିତା ପ୍ରଧାନ, ଅତିରିକ୍ତ ତହସିଲଦାର ମନୋରଞ୍ଜନ କେରକେଟା, ଶକ୍ତିପୀଠର ବରିଷ୍ଠ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ମେହେର, ଶିକ୍ଷାବିତ ତୁଳସୀରାମ ମେହେର ଯୋଗଦେଇ ସାଂପ୍ରତିକ ସମୟରେ ଶାରୀରିକ ଓ ମାନସିକ ସନ୍ତୁଳନ ବଜାୟ ରଖିବାରେ ପ୍ରତ୍ଯେକଙ୍କ ପାଇଁ ଯୋଗର ଆବଶ୍ଯକତା ରହିଥିବା ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ବଂଶୀଧର ଜଗତ ସମସ୍ତଙ୍କୁ ସ୍ବାଗତ କରିଥିଲେ । କାର୍ଯ୍ଯକ୍ରମରେ ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିବା ବେଳେ ଯୋଗ ପ୍ରଶିକ୍ଷକ ଦ୍ରୋଣେଶ୍ୱର ଜଗତ ଯୋଗଶିକ୍ଷା ଦେଇଥିଲେ । ଶେଷରେ ତ୍ରିନାଥ ମେହେର ଧନ୍ଯବାଦ ଅର୍ପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha