Home ରାଜ୍ୟ“ସୁନା ନୁହେଁ କି ହୀରା ନୁହେଁ, ସେ ଥିଲେ ଭାରତର କୋହିନୂର” : ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ।

“ସୁନା ନୁହେଁ କି ହୀରା ନୁହେଁ, ସେ ଥିଲେ ଭାରତର କୋହିନୂର” : ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ।

by Maraguda Express
0 comments
​ନୂଆପଡ଼ା – ୧୪/୪- (ସୁରେନ୍ଦ୍ର ତିୱାରୀ) ଭାରତୀୟ ସମ୍ବିଧାନର ଜନକ, ମାନବବାଦର ପ୍ରତିଛବି ତଥା ଭାରତରତ୍ନ ଡଃ. ବି.ଆର. ଆମ୍ବେଦକର ଙ୍କ ୧୩୫ ତମ ଜୟନ୍ତୀ ଆଜି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଉତ୍ସାହ ଓ ଶ୍ରଦ୍ଧାର ସହିତ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହ ପରିସରରେ ଆୟୋଜିତ ଏହି ସମାରୋହ ରେ ବାବା ସାହେବଙ୍କ ସ୍ମୃତି ଚାରଣ କରାଯାଇଥିଲା।
​ସାମାଜିକ ନ୍ୟାୟର ପ୍ରତୀକ ଡଃ. ଆମ୍ବେଦକର
​ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ବାବା ସାହେବଙ୍କ ଜୀବନ ଆଦର୍ଶ ଉପରେ ଗଭୀର ଆଲୋକପାତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଏକ ଭାବପୂର୍ଣ୍ଣ ଅଭିଭାଷଣ ରଖି କହିଥିଲେ ଯେ,
​”ଡଃ. ଆମ୍ବେଦକର କେବଳ ସୁନା କିମ୍ବା ହୀରା ନୁହନ୍ତି, ସେ ଥିଲେ ସମଗ୍ର ବିଶ୍ୱ ପାଇଁ ଏକ ‘କୋହିନୂର’। ସେ ସମାଜରୁ ଅସ୍ପୃଶ୍ୟତା ଓ ଭେଦଭାବ ର ବିଷ ବଳୟ କୁ ଦୂର କରିବା ପାଇଁ ଶିକ୍ଷା କୁ ହିଁ ମୁଖ୍ୟ ଅସ୍ତ୍ର ଭାବେ ଗ୍ରହଣ କରିଥିଲେ।”
ଆଜି ​ଆଲୋଚନାର ମୁଖ୍ୟ ବିନ୍ଦୁ
​ସମାନତା ଓ ଭ୍ରାତୃତ୍ୱ, ସମାନତା, ସାମାଜିକ ନ୍ୟାୟ ଓ ଏକ ଶୃଙ୍ଖଳିତ ସମାଜ ଗଠନ ରେ ତାଙ୍କର ଅବଦାନ ଅତୁଳନୀୟ।
​ ଆଜିର ଆଧୁନିକ ସମାଜରେ ସକାରାତ୍ମକ ପରିବେଶ ଗଢ଼ିବା ପାଇଁ ତାଙ୍କ ଚିନ୍ତାଧାରା ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ।
​ ଆଗାମୀ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ନିଜକୁ ନିୟୋଜିତ କରିବା ଆବଶ୍ୟକ।
​ଉପସ୍ଥିତ ଅତିଥି ବୃନ୍ଦ ଙ୍କ ମଧ୍ୟ ରେ
​କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବରିଷ୍ଠ ପଦାଧିକାରୀ ଯୋଗଦେଇ ବାବା ସାହେବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
​ ସୁବାଷ ଚନ୍ଦ୍ର ରଇତ ଅତିରିକ୍ତ ଜିଲ୍ଲାପାଳ,
​ ଲମ୍ବୋଦର ଧରୁଆ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ,
​ ସୁର୍ମି ସୋରେନ ଉପଜିଲ୍ଲାପାଳ,
​ଡଃ. ଧନେଶ୍ୱର ସେଠୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,
​ସଭାରେ ନଗର ର ବୁଦ୍ଧିଜୀବୀ, ସଚେତନ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଡଃ. ଆମ୍ବେଦକରଙ୍କ ଦୂରଦୃଷ୍ଟି ଓ ତ୍ୟାଗପୂର୍ଣ୍ଣ ଜୀବନ ସମ୍ପର୍କରେ ନିଜ ନିଜ ର ସୁଚିନ୍ତିତ ମତ ରଖିଥିଲେ। କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha