173
ଜିଲ୍ଲା ପୋଲିସ ପ୍ରଶାସନ ର ନୂତନ ବିଏନଏସ ଆକ୍ଟ ଉପରେ ତାଲିମ କାର୍ଯ୍ୟକ୍ରମ ।
ନୂଆପଡ଼ା -୧୦/୭ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ଅବସ୍ଥିତ ସମ୍ମିଳନୀ କକ୍ଷ ଠାରେ ନୂତନ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଆକ୍ଟ ର ନୂତନ ଅପରାଧିକ ଆଇନ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉପରୋକ୍ତ ତାଲିମ କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଯୋଗ ଦେଇ ନୂତନ ଭାବେ ପ୍ରଣୟନ ଭାରତୀୟ ନ୍ୟାୟ ସଂହିତା ର ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଅବଗତି ପାଇଁ ବିଶଦ ଭାବେ ଆଲୋଚନା କରିଥିଲେ । । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ କର୍ତ୍ତବ୍ୟରତ ହାବିଲଦାର ଓ କନଷ୍ଟେବଳମାନେ ଯୋଗ ଦେଇ ଏହି ନୂତନ ଅପରାଧିକ ଆଇନ ଉପରେ ଅବଗତ ହୋଇ ଦିଗ ଦର୍ଶନ ପାଇଥିଲେ।
2 comments
Excellent news coverage 👌💕🙏
Thank you so much 🌹👍🙏