Home ରାଜ୍ୟଡାଳଖାଇ :ପାରମ୍ପାରିକ ଲୋକ ନୃତ୍ୟ ଏବେ ବି ବଞ୍ଚିଛି କିନ୍ତୁ ଆଧୁନିକତା ର ଛାପ ନେଇ।

ଡାଳଖାଇ :ପାରମ୍ପାରିକ ଲୋକ ନୃତ୍ୟ ଏବେ ବି ବଞ୍ଚିଛି କିନ୍ତୁ ଆଧୁନିକତା ର ଛାପ ନେଇ।

by Maraguda Express
0 comments

ନୂଆପଡ଼ା -୨୯/୯ (ସୁରେନ୍ଦ୍ର ତିୱାରୀ) ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ ଭାଇ ଜିଉନ୍ତିଆ। ଏହି ପର୍ବ ମାଧ୍ୟମରେ ଭାଇର ମଙ୍ଗଳ ପାଇଁ ଭଉଣୀ ମାନେ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରି ଗୁହାରୀ କରିଥାନ୍ତି। ଭାଇ ଭଉଣୀର ସଂପର୍କ ପବିତ୍ର। ଭାଇ ହେଉଛି ଭଉଣୀର ରକ୍ଷା କବଚ। ବିପଦ ଆପଦରେ ସବୁବେଳେ ଭଉଣୀକୁ ଭାଇ ହିଁ ସାହାଯ୍ୟ କରିଥାଏ। ଏଥିପାଇଁ ଭାଇର ମଙ୍ଗଳ କାମନା ସହ ଦୀର୍ଘଜୀବନ କାମନା ପାଇଁ ଭଉଣୀ ରଖେ ଉପବାସ। ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲାରେ ଥିବା ହିନ୍ଦୁ ସମ୍ପ୍ରଦାୟର ଅନେକ ପର୍ବ ମାନଙ୍କ ମଧ୍ୟରୁ ଭାଇ ଜୀଉନ୍ତିଆ ପର୍ବ ଅନ୍ୟତମ । ଭାଇର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ଭଉଣୀମାନେ ଏହି ବ୍ରତ କରିଥାନ୍ତି । ପଶ୍ଚିମ ଓଡିଶାରେ ଏହି ବ୍ରତ ପାଳନ ଆଶ୍ୱିନୀ ମାସ ସପ୍ତମୀ ଦିନ ଠାରୁ ଆରମ୍ଭ ହୋଇ ଦଶମୀ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ପରେ ପରେ ନୂଆପଡା ରେ ଭଉଣୀମାନେ ଭାଇ ଜୀଉନ୍ତିଆ ବ୍ରତ କରିଥାନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ୭ ପ୍ରକାର ଫୁଲ, ୭ଟି ଜୁଗାର କରି ଧୂପଦୀପ ନୈବେଦ୍ୟ ଦେଇ ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି । ଭାଇଙ୍କ ମଙ୍ଗଳ ମନାସି ୧୦୮ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ଜୀଉନ୍ତି ଆରେ ବାନ୍ଧି ଦେବୀଙ୍କ ପାଖରେ ସମର୍ପଣ କରିଥାନ୍ତି ଏବଂ ତା ପର ଦିନ ସକାଳେ ବନ୍ଧା ହୋଇଥିବା ଦୁବକୁ ନେଇ ଭାଇକୁ ବନ୍ଦାଇ ବାର ପରମ୍ପରା ରହିଛି।ଏହି ଓଷା ପାଳନ ବେଳେ ହେଉଥିବା ଡାଲଖାଇ ନୃତ୍ୟ ବା ଡାଲଖାଇ ପର୍ବ ସବୁଠାରୁ ନିଆରା।ଜୀଉନ୍ତିଆ ଓଷା ସହ ଡାଲଖାଇ ପାଳନ କରିବା ପରମ୍ପରା ଖୁବ୍ ପ୍ରାଚୀନ ବୋଲି ମତ ଦିଅନ୍ତି ସ୍ଥାନୀୟ ବ୍ରତ ଧାରିଣୀ ସହ ଅଞ୍ଚଳବାସୀ। ସାରା ପଶ୍ଚିମ ଓଡିଶାରେ ପାଳନ କରା ଯାଇଥାଏ ଏହି ଭାଇ ଜୀଉନ୍ତିଆ ବ୍ରତ । ଭାଇର ଶୁଭମନାସୀ ଭଉଣୀ କରୁଥିବା ଏହି ଓଷା ନୂଆପଡାର ଏକ ନିଆରା ପରମ୍ପରା । ନିର୍ଜଳା ଉପବାସ ଦିନ ଭଉଣୀ ମାନେ ମାଁ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ଢୋଲ, ନିଶାନ ତାସା ଓ ମହୁରୀ ର ତାଳେତାଳେ ନାଚି ପ୍ରସନ୍ନ କରିଥାନ୍ତି।ପରେ ମାଁ ଙ୍କୁ ପୁଜା ପାଠ କରି ଭାଇଙ୍କ ଦୀର୍ଘାୟୁ କାମନା କରି ହାତରେ ଜୀଉନ୍ତିଆ ବାନ୍ଧି ବ୍ରତ ଭାଙ୍ଗୁଥିବା ବ୍ରତ ଧାରୀ ମାନେ କହିଛନ୍ତି । ନୂଆପଡା ଜିଲ୍ଲା ରେ ହେଉଥିବା ଭାଇ ଜୀଉନ୍ତିଆ ଓ ଡାଲଖାଇ ପର୍ବ ସବୁଠୁ ଅନୋଖା କାରଣ ଅନେକ ସ୍ଥାନ ରେ ପାରମ୍ପାରିକ ବାଦ୍ୟ ର ତାଳେ ତାଳେ ଡାଲଖାଇ ନୃତ୍ୟ ପରିବେଷଣ କରୁଥିବା ବେଳେ ଅନେକ ସ୍ଥାନ ରେ ବାଦ୍ୟ ର ଅଭାବ କିମ୍ବା ଚଢ଼ା ଦର ରେ ଉପଲବ୍ଧ ଯୋଗୁଁ ଆଧୁନିକତା ଆପଣେଇ ସାଉଣ୍ଡ ବକ୍ସ ଲଗାଇ ନୃତ୍ୟ କରୁଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha