Home ରାଜ୍ୟସିନାପାଲି ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ବରିଷ୍ଠ ନାଗରିକଙ୍କ ଅଧିକାର, ଆଇନ ସହାୟତା ଓ ସରକାରୀ ଯୋଜନା ନେଇ ସଚେତନତା।

ସିନାପାଲି ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ବରିଷ୍ଠ ନାଗରିକଙ୍କ ଅଧିକାର, ଆଇନ ସହାୟତା ଓ ସରକାରୀ ଯୋଜନା ନେଇ ସଚେତନତା।

by Maraguda Express
0 comments
ନୂଆପଡ଼ା -୧/୧୦ –କୋମନା ବ୍ଲକ ଅନ୍ତର୍ଗତ ସିନାପାଲିସ୍ଥିତ ହୋଲି ହୋମ୍ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକଙ୍କ ଅଧିକାରର ସୁରକ୍ଷା, ଆଇନଗତ ସହାୟତା ଏବଂ ସରକାରୀ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗଦେଇ ବରିଷ୍ଠ ନାଗରିକଙ୍କ ଆଇନଗତ ଅଧିକାର ଓ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଆଇନ ସେବା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। ଏଥିସହ ବୃଦ୍ଧାଶ୍ରମର କର୍ମଚାରୀ ଓ ଅଧିକାର ମିତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ନାଲ୍ସା (ବରିଷ୍ଠ ନାଗରିକଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ତଥା କଲ୍ୟାଣ ଅଧିନିୟମ, ୨୦୦୭ ଏବଂ ବରିଷ୍ଠ ନାଗରିକଙ୍କ ଅଧିକାର ସୁରକ୍ଷା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଆଇନ ସେବା ବିଷୟରେ ଉପସ୍ଥିତ ଅଧିବାସୀ ଓ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।

ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ କଲ୍ୟାଣକାରୀ ଯୋଜନା, ବିଶେଷକରି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଏବଂ ବୟସ୍କଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ମଧ୍ୟ ସଚେତନତା ପ୍ରଦାନ କରାଯାଇଥିଲା। ବରିଷ୍ଠ ନାଗରିକମାନେ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କ ଅଧିକାରର ସୁରକ୍ଷା ସହ ସମ୍ମାନଜନକ ଜୀବନଯାପନ ପାଇଁ ଆଇନଗତ ଓ ସାମାଜିକ ସହାୟତା ସମ୍ପର୍କରେ ସଚେତନତା ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱକୁ ଆହୁରି ବଢ଼ାଇଥାଏ। କାର୍ଯ୍ୟକ୍ରମର ପରିଶେଷରେ ବୃଦ୍ଧାଶ୍ରମର ଅଧିବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

 

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha