ସିନାପାଲି ଏନଏସି ଦାବିରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲା ପ୍ରତିନିଧି ଦଳ

ନୂଆପଡ଼ା -୧/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି କୁ ଯଥାଶୀଘ୍ର ଏନଏସି ମାନ୍ୟତା ପ୍ରଦାନ କରିବା ଦାବିରେ ଆଜି ସିନାପାଲି ନାଗରିକ କମିଟି ମନୋନିତ ଏକ ପ୍ରତିନିଧି ଦଳ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ନୂଆପଡା ଜିଲ୍ଲା ପ୍ରଭାରୀ ତଥା ଜଙ୍ଗଲ ଓ ପରିବେଶ କଲ୍ୟାଣ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ଭେଟି ଦାବି ଜଣାଇଥିବା ଜଣାପଡ଼ିଛି । ଉଭୟ ମନ୍ତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଭେଟି ଏନେଇ ଆବେଦନ ପତ୍ର ପ୍ରଦାନ କରାଯିବା ସହ ସିନାପାଲିର ଏନଏସି ମାନ୍ଯତା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିବା ବେଳେ ଉଭୟ ମନ୍ତ୍ରୀ ଦ୍ବୟ ଏନେଇ ସକାରାତ୍ମକ ନିର୍ଭରଯୋଗ୍ଯ ପ୍ରତିଶୄତି ଦେଇଥିବା ଜଣାପଡ଼ିଛି । ପ୍ରତିନିଧି ଦଳରେ ଶଶିଭୂଷଣ ମାଝୀ, ସୁବ୍ରତ ଠାକୁର,ଲିଙ୍ଗରାଜ ଘିଭେଲା, ତ୍ରିନାଥ ମେହେର, ମନୀଷ ପଟେଲ, ସୁରଜ କୁମାର ମେହେର, ମଧୁସୂଦନ ମାଝୀ ସାମିଲ ଥିଲେ । ଖଡ଼ିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ମଧ୍ଯ ଏହି ପ୍ରତିନିଧି ଦଳରେ ସାମିଲ ହୋଇ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସ୍ଥାନୀୟ ନାଗରିକ କମିଟି ତରଫରୁ ଡ. ଅରିଗଞ୍ଜନ ଯୋଷୀ, ଶଶିଭୂଷଣ ମାଝୀ, ଲିଙ୍ଗରାଜ ଘିଭେଲା, ସୁବ୍ରତ ଠାକୁର, ମନିଷ ପଟେଲ, ତ୍ରିନାଥ ମେହେର, ମଧୁସୂଦନ ମାଝୀ, ନନ୍ଦକୁମାର ପାତ୍ର ପ୍ରମୁଖ ପ୍ରଥମେ ନୂଆପଡ଼ା ଜିଲ୍ଲାପାଳଙ୍କୁ ଏନେଇ ସାକ୍ଷାତ କଲା ପରେ ଆଜି ଏହି ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟିଥିବା ଜଣାପଡ଼ିଛି । ଜିଲ୍ଲା ରେ ଆଗରୁ ତିନୋଟି ଏନ.ଏ.ସି. ରହିଛି ଯଥା ଖରିଆର ରୋଡ,ନୂଆପଡ଼ା ଓ ଖଡ଼ିଆଳ , ସିନାପାଲି ମାନ୍ୟତା ପାଇଲେ ଚାରି ସଂଖ୍ୟା କୁ ବୃଦ୍ଧି ପାଇବ।
ସିନାପାଲି ଏନଏସି ଦାବିରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲା ପ୍ରତିନିଧି ଦଳ
ସିନାପାଲି ଏନଏସି ଦାବିରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲା ପ୍ରତିନିଧି ଦଳ
270