ଗୋଟିଏ ଦିନରେ ୧ଲକ୍ଷ ଚାରା ରୋପଣ l
“ନୂଆପଡାରେ ବ୍ୟାପକ ସ୍ବଚ୍ଛତା ଅଭିଯାନ ସହ ସାମୂହିକ ବୃକ୍ଷରୋପଣ “ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପାଇଁ ପଥ ପ୍ରସ୍ତୁତି 

ନୂଆପଡା -୧/୭(ସୁରେନ୍ଦ୍ର ତିୱାରୀ) ସାମୁହିକ ଉଦ୍ୟମରେ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଏକ ଅସାଧାରଣ ଉଦାହରଣ ସ୍ଥାପନ କରି, ନୂଆପଡା ଜିଲ୍ଲାରେ ଆଜି ବ୍ୟାପକ ସଫାଇ ଅଭିଯାନ ହୋଇ ଥିଲା l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକୁ ସମ୍ପୂର୍ଣ୍ଣ ରୁପେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟରେ ସମଗ୍ର ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମ ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲାର ଜନ ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଵେଚ୍ଛାସେବୀ ସଂଗଠନ, ବ୍ୟବସାୟୀ ଅନୁଷ୍ଠାନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଜନ ସାଧାରଣ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଜିଲ୍ଳା ଆଇନ ସେବା ପ୍ରାଧୀକରଣ ସଚିବ ନବନୀତା ଦାଶ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ନେତୃତ୍ୱରେ ଏହି ଅଭିଯାନରେ ଏକ ଦିନରେ ୩,୦୦୦ ରୁ ଅଧିକ ତାଜ୍ୟ ତୈଜ୍ୟ ତଥା ଗନ୍ଧଗୁଳିତ ସ୍ଥଳ (GVPs) ସଫା କରାଗଲା।
ଏଥିରୁ ୩୦ ଟନ ପ୍ଲାଷ୍ଟିକ ଅବଶିଷ୍ଟ ସଂଗ୍ରହ କରା ଯାଇଛି l ଜିଲ୍ଳାରେ ୩ ହଜାରରୁ ଅଧିକ ସ୍ଥାନରେ ଏହି ସ୍ଵଚ୍ଛତା ଅଭିଯାନ ସହିତ ଗୋଟିଏ ଦିନରେ ୧ଲକ୍ଷ ରୁ ଅଧିକ ବୃକ୍ଷ ଚାରା ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୩୧ ଟି ପଞ୍ଚାୟତ, ସମସ୍ତ ୧୦୮୧ ଟି ବିଦ୍ୟାଳୟ, ୧୪୦୮ ଟି ଅଙ୍ଗନୱାଡି କେନ୍ଦ୍ର, ୧୦୪ ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହଜାର ହଜାର ସଂଖ୍ୟାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ lଏହି ଅଭିଯାନ ନୂଆପଡାର ନିରନ୍ତର ବିକାଶ, ପରିବେଶ ସୁରକ୍ଷା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରତି ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆଜିର ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ସମସ୍ତ ଚାରା ବନ ବିଭାଗ ତରଫରୁ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଯୋଗାଇ ଦେଇଥିଲେ l ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରେଡ୍ଡୀ ରାଘବେନ୍ଦ୍ର ସମସ୍ତ ଥାନା ରେ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ପ୍ରୋତ୍ସାହିତ କରିଥିଲେ l
ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ କହିଲେ, “ଏହି ଅଭିଯାନ କେବଳ ସଫେଇ ଅଭିଯାନ ନୁହେଁ, ଏହା ହେଉଛି ଏକ ସାମୁହିକ ଆନ୍ଦୋଳନ ଯାହା ଏକ ସ୍ଵଚ୍ଛ, ସବୁଜ ଓ ପ୍ଲାଷ୍ଟିକ ମୁକ୍ତ ନୂଆପଡା ପାଇଁ ପଥ ପ୍ରସ୍ତୁତ କରୁଛି।” ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗ, ସଂସ୍ଥା, ସ୍ୱୟଂସହାୟକ ଦଳ ଓ ସହଯୋଗୀ ନାଗରିକଙ୍କୁ ଏହି ଅଭିଯାନକୁ ସଫଳ କରିବାରେ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଏକ ଦୃଢ ଦିଗଦର୍ଶନ ଓ ପରିବେଶ ସୁରକ୍ଷା ଉଦ୍ୟମର ଦୃଷ୍ଟାନ୍ତ ହିସାବରେ ପଥ ପ୍ରଦର୍ଶକ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ୟୁନି ସେଫ ପ୍ରତିନିଧି ମଣ୍ଡଳୀରୁ ଶିପ୍ରା ସାକ୍ସେନା, ଯୋଗେନ୍ଦ୍ର ସିଂ ଏବଂ ସେମାନଙ୍କ ବୈଷୟିକ ଟିମ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସମସ୍ତ ତଥ୍ଯ ବିସ୍ତୃତ ଭାବରେ ଅନୁଧ୍ଯାନ କରିଛନ୍ତି l
ଗୋଟିଏ ଦିନରେ ୧ଲକ୍ଷ ଚାରା ରୋପଣ l “ନୂଆପଡାରେ ବ୍ୟାପକ ସ୍ବଚ୍ଛତା ଅଭିଯାନ ସହ ସାମୂହିକ ବୃକ୍ଷରୋପଣ “ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପାଇଁ ପଥ ପ୍ରସ୍ତୁତି
ଗୋଟିଏ ଦିନରେ ୧ଲକ୍ଷ ଚାରା ରୋପଣ l "ନୂଆପଡାରେ ବ୍ୟାପକ ସ୍ବଚ୍ଛତା ଅଭିଯାନ ସହ ସାମୂହିକ ବୃକ୍ଷରୋପଣ "ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପାଇଁ ପଥ ପ୍ରସ୍ତୁତି
245
previous post