Home ରାଜ୍ୟନୂଆପଡ଼ା ଜିଲ୍ଲା  ଓ.ଏ.ଏସ. ଏବଂ ଓ.ଆର.ଏସ. ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ

ନୂଆପଡ଼ା ଜିଲ୍ଲା  ଓ.ଏ.ଏସ. ଏବଂ ଓ.ଆର.ଏସ. ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ

ନୂଆପଡ଼ା ଜିଲ୍ଲା  ଓ.ଏ.ଏସ. ଏବଂ ଓ.ଆର.ଏସ. ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ

by Maraguda Express
0 comments

ନୂଆପଡ଼ା ଜିଲ୍ଲା  ଓ.ଏ.ଏସ. ଏବଂ ଓ.ଆର.ଏସ. ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ l
ନୂଆପଡ଼ା -୧/୭(ସୁରେନ୍ଦ୍ର ତିୱାରୀ)
ବି ଏମ ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସମସ୍ତ ଓଏଏସ ଏବଂ ଓଆରଏସ ଅଧିକାରୀ ସାମୁହିକ ଛୁଟିରେ ଯିବା ପାଇଁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କୁ ଆବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖ ଙ୍କ ନେତୃତ୍ବ ରେ ଜିଲ୍ଲା ମୁଖ୍ୟାଳୟରେ ତଥା ସମସ୍ତ ବ୍ଲକ ଓ ତହସିଲ କାର୍ଯାଳୟ ର ବିଡିଓ , ତହସିଲଦାର ଏବଂ ସମସ୍ତ ଓଏସ ଏବଂ ଓଆରଏସ ଅଧିକାରୀ ଆଜି ଜିଲ୍ଲାପାଳଙ୍କୁ ତାଙ୍କ ପ୍ରକୋଷ୍ଠ ରେ ଭେଟି ସେମାନଙ୍କର ଅସନ୍ତୋଷକୁ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ଏହି ସମସ୍ୟାର ସମ୍ମାନଜନକ ସମାଧାନ ହେବା ପର୍ଯ୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଆବେଦନ କରିଛନ୍ତି । ଏହି ଅଧିକାରୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ସଂଗଠନ ସମର୍ଥନ ଜଣାଇଛନ୍ତି l ପ୍ରଶାସନିକ ଅଧିକାରୀମାନଙ୍କ ଏହି ସାମୁହିକ ଛୁଟି ପାଇଁ ଜିଲ୍ଲାର ଦୈନନ୍ଦିନ କାର୍ଯ୍ଯ ତଥା ପ୍ରଶାସନିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha