Home ରାଜ୍ୟଡୁଆଝର ଗ୍ରାମରୁ ୨୨ କେଜି ଗଞ୍ଜେଇ ଜବତ ଜଣେ ଗିରଫ

ଡୁଆଝର ଗ୍ରାମରୁ ୨୨ କେଜି ଗଞ୍ଜେଇ ଜବତ ଜଣେ ଗିରଫ

by Maraguda Express
0 comments

ଡୁଆଝର ଗ୍ରାମରୁ ୨୨ କେଜି ଗଞ୍ଜେଇ ଜବତ ଜଣେ ଗିରଫ। ନୂଆପଡ଼ା -୧୯/୭ (ସୁରେନ୍ଦ୍ର ତିୱାରୀ) ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗ୍ରାମ ର ଏକ ଘରୁ ୨୨ କେଜି ୪୫୦ ଗ୍ରାମ ଗଞ୍ଜେଇ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆହୁତ ମୋବାଇଲ ଫେରସ୍ତ ମେଳା ଅବସର ରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର. ଗୁଣ୍ଡାଲା ରେଡ୍ଡୀ ସୂଚନା ପ୍ରଦାନ କରିଛନ୍ତି। ଡୁଆଝର ଗ୍ରାମ ର ଭୀଷ୍ମଦେବ ମେହେର (୩୯) ପିତା- ମଙ୍ଗଳ ମେହେର ଏକ ଫେନସି ଷ୍ଟୋର ଦେଇଛନ୍ତି ଓ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବା ଖବର ବିଶ୍ଵସ୍ତ ସୂତ୍ରରୁ ଖଡ଼ିଆଳ ପୋଲିସ୍ ପାଇଥିଲେ। ଗତ କାଲି ପ୍ରାୟ ୧୨ ଟା ସମୟ ରେ ଏଡିସନାଲ ତହସିଲଦାର ( କାର୍ଯ୍ୟକାରୀ ମାଜିଷ୍ଟ୍ରେଟ) ଙ୍କ ଉପସ୍ଥିତି ରେ ଘର ଭିତରେ ଖୋଜା ଖୋଜି କରିବାରୁ ଦୁଇ ଟି ବ୍ୟାଗ ରେ ଗଞ୍ଜେଇ ମିଳିଥିଲା। ଗୋଟିଏ ବ୍ୟାଗ ରେ ୧୩ କେଜି ଥିବା ବେଳେ ଆଉ ଏକ ବ୍ୟାଗ ରେ ୯ କେଜି ୪୫୦ ଗ୍ରାମ ରହିଥିଲା ମୋଟ ଗଞ୍ଜେଇ ପରିମାଣ ୨୨ କେଜି ୪୫୦ ଗ୍ରାମ ରହିଥିଲା।ଉପରୋକ୍ତ ଗଞ୍ଜେଇ ର ବୈଧ କାଗଜ ପତ୍ର କିମ୍ବା ଲାଇସେନ୍ସ ଶ୍ରୀ ମେହେର ଦେଖାଇ ପାରି ନଥିଲେ। ବେନିୟମ ଭାବେ ବୌଦ୍ଧ ଜିଲ୍ଲା ରୁ ସଂଗ୍ରହ କରି ସେ ଜନସାଧାରଣ ଙ୍କୁ ବିକ୍ରି କରୁଥିବାରୁ ତାଙ୍କୁ ଖଡ଼ିଆଳ ଥାନା କୁ ଆଣି ସବିଶେଷ ତଦନ୍ତ କରି ରାତ୍ରି ପ୍ରାୟ ୧୧ ଟା ସମୟ ରେ ଉକ୍ତ ମାମଲା ରେ ଶ୍ରୀ ମେହରଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧ ରେ କେସ ନମ୍ୱର ୨୨୫- ୧୮ ଜୁଲାଇ ୨୦୨୫ ଏନ.ଡି.ପି.ଏସ. ୧୯୮୫ ଆକ୍ଟ୍ ରୁଜୁ କରି ଡାକ୍ତରୀ ପରୀକ୍ଷା କରି ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟ ରେ ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଆଇଆଇସି ଦିଲୀପ ସାହୁ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha