166
ନୂଆପଡ଼ା -୨୧/୭ (ସୁରେନ୍ଦ୍ର ତିୱାରୀ) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତୀ ମୃଗାଙ୍କ ଶେଖର ସାହୁ, ଉଚ୍ଚ ନ୍ୟାୟାଳୟର ନିବନ୍ଧକ (ନିରୀକ୍ଷଣ) ବିକ୍ରମ ପଟ୍ଟନାୟକ, ନୂଆପଡ଼ା ଜିଲ୍ଲା ଓ ଦୌରାଜଜ୍ ନିରଞ୍ଜନ ପଣ୍ଡା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ନୂଆପଡ଼ା ଉପ-କାରାଗାର ପରିଦର୍ଶନ କରି ଅନ୍ତେବାସୀଙ୍କୁ ମିଳୁଥିବା ଖାଦ୍ୟପେୟର ମାନ, ସ୍ଵାସ୍ଥ୍ୟଗତ ସମସ୍ୟା, ଦଣ୍ଡିତ ଆସାମୀ ମାନଙ୍କ ଉଚ୍ଚ ଏବଂ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ୍, ଜାମିନ ଆବେଦନ, ବିଚାରାଧୀନ କଏଦୀମାନଙ୍କ ସପକ୍ଷରେ ଓକିଲ ନିଯୁକ୍ତି ସମ୍ପର୍କିତ ସମସ୍ତ ସମସ୍ୟା ଓ ସମାଧାନ ବିଷଯରେ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ।