179
ନୂଆପଡ଼ା -୭/୬- ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲାର ଦୁଇଟି ପ୍ରମୁଖ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇ ଏହାର ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳ ରେ ଆଭାସୀ ମାଧ୍ୟମରେ ସମ୍ପନ୍ନ ହୋଇଯାଇଛି।ନୂଆପଡ଼ା ଜିଲ୍ଲାର ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ପାଇଁ ନିମ୍ନଲିଖିତ ଦୁଇଟି ବିଦ୍ୟାଳୟକୁ ମନୋନୀତ କରାଯାଇଛି।ସରକାରୀ ଉଚ୍ଚ ବିଦ୍ୟାଳୟ, ଜେଞ୍ଜେରା ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁକୁଡ଼ାତାଳ।
ଏହି ବିଦ୍ୟାଳୟଗୁଡ଼ିକୁ କେବଳ ଇଟା-ପଥରର କୋଠା ନୁହେଁ, ବରଂ ଜ୍ଞାନର ଆଧୁନିକ କେନ୍ଦ୍ର ଭାବେ ଗଢ଼ି ତୋଳାଯିବ। ଏହି ଯୋଜନା ଅଧୀନରେ ନିମ୍ନ ସବୁ ସୁବିଧା ରହିବ।
ରାଜ୍ୟସ୍ତରୀୟ ଉତ୍ସବ ଓ ହେଭିୱେଟ୍ଙ୍କ ଉପସ୍ଥିତି।
ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ କହିଥିଲେ ଯେ, “ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଶିକ୍ଷାର ଗୁଣାତ୍ମକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।”କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ଯଥା