ନୂଆପଡା -୨୧/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ଗୋହିରାପଦର ଗ୍ରାମର ରାମ ମାଝୀ ର ପୁଅ ପିଣ୍ଟୁ ଓରଫ ପବିତ୍ର ଦୁରାରୋଗ୍ୟ ରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ଅଣ୍ଟା ତାଙ୍କର ବସିଗଲାଣି, ଅଣ୍ଟାରୁ ତଳକୁ ସ୍ନାୟୁ ଚୋକ ହୋଇଗଲାଣି l ପ୍ରଥମେ ନୂଆପଡା ଓ ପରେ ଉତ୍ତମ ଚିକିତ୍ସା ନିମନ୍ତେ ଛତିଶଗଡ଼ ରାଜ୍ୟ ରାୟପୁର ଠାରେ ଏକ ବେସରକାରୀ ଚିକିତ୍ସାଳୟ କୁ ନେଇ ବହୁଦିନ ରଖି ଚିକିତ୍ସା କରିଥିଲେ ମଧ୍ୟ ପିଣ୍ଟୁ ନା ବସିପାରୁଛନ୍ତି ନା ଠିଆ ହୋଇପାରୁଛନ୍ତି l ତାଙ୍କର ଚିକିତ୍ସା ରେ ରାମ ସର୍ବସ୍ବlନ୍ତ ହୋଇଗଲେଣି, ଏଣୁ ବର୍ତ୍ତମାନ ସରକାରୀ ସହାୟତର ଭାରଷାରେ ପରିବାର ଲୋକେଅଛନ୍ତି। ସାହାଯ୍ୟ ନ ପାଇଲେ ଜୀବନ ଟା ଚାଲି ଯାଇ ପରେ ବୋଲି ପରିବାର ବର୍ଗ କହୁଛନ୍ତି । ପବିତ୍ର ର ପିତା ରାମ ମାଝି ନାମ କୁ ମାତ୍ର ଚାଷି, ଆର୍ଥିକ ସ୍ୱଚ୍ଛଳ ନୁହନ୍ତି ଏଣୁ ପ୍ରଶାସନ ପବିତ୍ର ପ୍ରତି ସଦୟ ହୋଇ ଉତ୍ତମ ଚିକିତ୍ସା ନିମନ୍ତେ ଆହୁରି କିଛି ଆର୍ଥିକ ସହାୟତା ଦେବାକୁ ସାଧାରଣ ରେ ଦାବିହେଉଛି।

ଦୁଇ ବର୍ଷହେଲା ରୋଗଗ୍ରସ୍ତ ପବିତ୍ର ଶଯ୍ୟାଶାୟୀ,ସରକାରୀ ସହାୟତା ଅପେକ୍ଷରେ ।
262
previous post