Home ରାଜ୍ୟଛାତ୍ର ଅଶ୍ୱିନୀ ଦାସ ର ହତ୍ୟା ହୋଇଛି ? ପିତା ମାତା ଆଣିଲେ ଗୁରୁତର ଅଭିଯୋଗ।

ଛାତ୍ର ଅଶ୍ୱିନୀ ଦାସ ର ହତ୍ୟା ହୋଇଛି ? ପିତା ମାତା ଆଣିଲେ ଗୁରୁତର ଅଭିଯୋଗ।

by Maraguda Express
0 comments

ନୂଆପଡ଼ା -୨୨/୭ (ସୁରେନ୍ଦ୍ର ତିୱାରୀ) ନୁଆପଡ଼ା ଜିଲ୍ଳା କୋମନା ଥାନା ଅନ୍ତର୍ଗତ ସାହାଜେଟ ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ୧୭ ଜୁଲାଇ ୨୦୨୫ ଦିନ ଅଭିଯୋଗ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ରେ ତଦନ୍ତ କରି ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳ ପ୍ରଧାନ ଶିକ୍ଷକ ହର ଦେବ ହଂସ ଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ୱିତ କରିଥିଲେ। ଘଟଣା ଅନୁଯାୟୀ ଖରିଆର ଥାନା ଅନ୍ତର୍ଗତ ବଡ଼ ମହେଶ୍ୱର ଗ୍ରାମର ତୁଳସୀଦାସ ବନଛୋର ଙ୍କ ପୁଅ ଅଶ୍ୱିନୀ ଦାସ ବାନଛୋର (୧୫) ଉକ୍ତ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ରେ ପଢୁଥିଲେ। ସମ୍ପୃକ୍ତ ଛାତ୍ର ଜଣକ ପଛୁଆ ବର୍ଗ ର ହୋଇଥିବାବେଳେ ଉକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଜଗଦୀଶ ନାଗ ଙ୍କ ସମ୍ପର୍କୀୟ ଭଣଞ୍ଜା ହୋଇଥିବା ହେତୁ ଆଦିବାସୀ ହରିଜନ ବର୍ଗ ର ଛାତ୍ର ଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ ରେ ରହିବାକୁ କୌଣସି ପ୍ରକାରେ ସମର୍ଥ ହୋଇଥିଲେ। ସହପାଠୀ ଅନ୍ତେବାସୀ ମାନଙ୍କ କହିବା ପ୍ରକାରେ ସେମାନେ ଏକାଠି ଛାତ୍ରାବାସ ରେ ରହୁଥିଲେ ଓ ୧୬ ଜୁଲାଇ ୨୦୨୫ ରାତ୍ରୀ ଭୋଜନ ପରେ ସେ ଛାତ୍ରାବାସ ରେ ଅନୁପସ୍ଥିତ ଥିବା ଜାଣି ସହପାଠୀ ମାନେ ରାନ୍ଧୁଣି ଙ୍କୁ ଜଣେଇ ଖୋଜାଖୋଜି କରି ତାଙ୍କୁ ଛାତ୍ରାବାସ ରୁ ମାତ୍ର ୫୦ ଫୁଟ ଦୂର ଏକ ମହୁଲ ଗଛରେ ବେକରେ ଏକ ସାଲ କୁ ବାନ୍ଧି ଝୁଲୁଥିବା ଦେଖି ସହକାରୀ ଶିକ୍ଷକ ତଥା ସହକାରୀ ତତ୍ୱାବଧାରକ ଲୋଚନ ଶବର ଙ୍କୁ ଫୋନ୍ ଯୋଗେ ଜଣେଇ ଥିଲେ।ସେ ତରବୋଡ଼ ରୁ ଆସି ଘଟଣା ସମ୍ବନ୍ଧେ ଅବଗତ ହୋଇ ଥିଲେ। ରାନ୍ଧୁଣି ଓ ସହପାଠୀ ଛାତ୍ରଙ୍କ ସହାୟତା ରେ ଗଛରୁ ଛାତ୍ର ଜଣକୁ ଉଦ୍ଧାର କରାଯାଇସାରିଥିବା ଦେଖି ତାଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲ୍ଲା ପ୍ରଶାସନ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ନେଇ ଉପରୋକ୍ତ ଆଶ୍ରମ ବିଦ୍ୟାଳୟ ସହକାରୀ ଶିକ୍ଷକ ଜଗଦୀଶ ନାଗ ଙ୍କୁ ନିଳମ୍ବିତ ,ଛାତ୍ରାବାସ ସହକାରୀ ତତ୍ତ୍ୱାବଧାରକ ଲୋଚନ ଶବର ଓ ଆଟେଣ୍ଡାଣ୍ଟ ପରମେଶ୍ବର ମାଝୀଙ୍କୁ ଧରମବନ୍ଧା କୁ ସ୍ଥାନାନ୍ତରଣ ନିର୍ଦ୍ଧେଶ ଦେଇଥିଲେ। ଉପରୋକ୍ତ ଘଟଣା ର ପାଞ୍ଚ ଦିନ ପରେ ଭିନ୍ନ ମୋଡ ନେଇଛି ସାହାଜେଟ ଛାତ୍ର ମୃତ୍ତ୍ୟୁ ମାମଲା। ମୃତକ ଛାତ୍ର ଅଶ୍ୱିନୀ ଦାସ ବନଛୋର (୧୫) ଙ୍କ ମାତା ପିତା ନିଜ ପୁଅ ର ହତ୍ୟା ହୋଇଥିବା ଲିଖିତ ରିପୋର୍ଟ କରିଛନ୍ତି କୋମନା ପୋଲିସ ଷ୍ଟେସନ ରେ ଓ ସେ ମାନେ କହିଛନ୍ତି ଆମ ପୁଅ ଆତ୍ମହତ୍ୟା କରି ନାହିଁ, ତାକୁ ଜ୍ଵର ହେଉନଥିଲା, ଆମକୁ ଭୂଲ୍ ସୂଚନା ଦେଇଛନ୍ତି । ମୋ ପୁଅ କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଦୃଢ଼ତା ସହ କହିଛନ୍ତି । ମାତା ଗୋମତୀ ବନଛୋର ଓ ପିତା ତୁଳସୀ ବନଛୋର ଏ ନେଇ ଲିଖିତ ରିପୋର୍ଟ କରି ହତ୍ୟା ହୋଇଥିବା ଦିଗ ରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବାକୁ କଂଗ୍ରେସ ନେତା କମଳ ଚରଣ ତାଣ୍ଡି,କଂଗ୍ରେସ ରାଜ୍ୟ ସମ୍ପାଦକ ପାଶା ମହାନନ୍ଦ, ଯୁବ ନେତା ସହରୁଖ ଖାନ,କଂଗ୍ରେସ ନେତା ପ୍ରବୀଣ ପଟ୍ଟନାୟକ ପ୍ରମୁଖ କୋମନା ପୋଲିସ ଷ୍ଟେସନ ରେ ଆଇଆଇସି ଙ୍କୁ ସାକ୍ଷାତ୍ କରି ଦାବି କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha