ନୂଆପଡ଼ା -୨୫/୭(ସୁରେନ୍ଦ୍ର ତିୱାରୀ) ସମାଜ ସେବା କ୍ଷେତ୍ର ରେ ସର୍ବଦା ଆଗେଇ ଆସି କାର୍ଯ୍ୟ କରୁଥିବା ଖରିଆର ରୋଡ ନିବାସୀ ରାକେଶ ଜୈନଙ୍କୁ ତାଙ୍କ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ଦ୍ଵାରା ଆୟୋଜିତ ବାର୍ଷିକ ଉତ୍ସବରେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କରକମଳ ରେ ପହଲ ସଂସ୍ଥା ଦ୍ଵାରା କରାଯାଉଥିବା ସେବାକାର୍ଯ୍ୟ ପାଇଁ ସଂଯୋଜକ ରାକେଶ ଜୈନଙ୍କୁ ସମ୍ମାନିତ କରାଯାଇଥିଲା ଏ ଅବସର ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଏନ ଏ ସି ଅଧ୍ୟକ୍ଷ ବାରୀୟାମ ସିଂ ସଲୁଜା, ପ୍ରେସ କ୍ଲବ ସଭାପତି ପ୍ରଭଜିତ୍ ସିଂ ସଲୁଜା ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ସମାପନ୍ ହୋଇଥଲା। ଏଠାରେ ସୂଚନଯୋଗ୍ୟ ଯେ, ପ୍ରତି ମାସ ମାଗଣା ଚକ୍ଷୁ ଶିବିର ର ଆୟୋଜନ କରାଯାଉଛି ଯତ ଦ୍ଵାରା ସହସ୍ରାଧିକ ଲୋକ ଏହାର ଲାଭ ନେଉଛନ୍ତି। ଏହା ବ୍ୟତୀତ ପହଲ ଦ୍ଵାରା ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ପାଇଁ ଷ୍ଟିଲ ଥାଲି ଓ ଗ୍ଲାସ ସେବା ନିରନ୍ତର ବ୍ୟବହାର କରାଯାଉଛି ।
ସେବା କାର୍ଯ୍ୟ ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମାଜସେବୀ ସମ୍ମାନୀତ।
227
previous post