Home ରାଜ୍ୟବିଧବା ଅଙ୍ଗନୱାଡ଼ି ଙ୍କୁ ଅସଦାଚରଣ : ଆଠ ଜଣ ଙ୍କ ନାମରେ ମାମଲା

ବିଧବା ଅଙ୍ଗନୱାଡ଼ି ଙ୍କୁ ଅସଦାଚରଣ : ଆଠ ଜଣ ଙ୍କ ନାମରେ ମାମଲା

by Maraguda Express
0 comments

ନୂଆପଡା -୨୫/୭ (ସୁରେନ୍ଦ୍ର ତିୱାରୀ) ବର୍ତ୍ତମାନ ରାଜ୍ୟରେ ମହିଳା ଅସୁରକ୍ଷିତ, ଧର୍ଷଣ, ନାରୀ ନିର୍ଯାତନା, ଆତ୍ମାହୁତି,ମାରପିଟ କଙ୍ଗାରୁ କୋର୍ଟ ପରି ଅନେକ ଘଟଣା ଆଖି ରୁ ନଲିଭିଣୁ ଆଉ ଏକ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଠୁଠୀବର ଗ୍ରାମ ରେ ଦେଖିବାକୁ ମିଲିଛି ।ଅସହାୟ ବିଧବା ଅଙ୍ଗନବାଡ଼ି କର୍ମୀ ଙ୍କୁ ଗ୍ରାମର କିଛି ବ୍ୟକ୍ତି ମିଶି ଅସାଦାଚରଣ କରିବା ସହ ଅଶ୍ଳିଳ ଭାଷା ରେ ଗାଳିଗୁଲଜ କରି ଗ୍ରାମ ସାରା ବୁଲାଉଥିବା ଭିଡିଓ ଭାଇରାଲ ହେଉଛି। ଅସହାୟ ବିଧବା ମହିଳା ଜଣକ ଠୁଠୀବର ଗାଁ ର ଜଣେ ଯୁବକ ଙ୍କୁ ବିବାହ କରିଥିଲେ ତାଙ୍କ ସ୍ୱମୀ ଙ୍କ ଦେହାନ୍ତ ହୋଇଯାଇଛି ଏବେ ୧୭ ବର୍ଷର ଏକ ପୁଅ ସହିତ ଅଙ୍ଗନୱାଡ଼ି କାମ କରି ଅନ୍ୟ ଜଣକ ଘରେ ଆଶ୍ରୟ ନେଇ ଗୁଜୁରାଣ ମେଣ୍ଟାଉଛନ୍ତି। ମହିଳା ଙ୍କ ପୈତୃକ ଘର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପିପେଲବାହାଲ ଗ୍ରାମ ବୋଲି ଜଣା ପଡିଛି।
ଅଭିଯୋଗ ଅନୁସାରେ ଗ୍ରାମର ଅଯୁକ ଲାଲ ବେମାଲ ବିଧବା ମହିଳାଙ୍କ ମୋବାଇଲ କୁ ଛଡାଇ ନେବା ସହ ଫୋନପେ ରୁ ୭୫ ହଜାର ଟଙ୍କା ଟ୍ରାନସଫର କରିଥିବା ଅଭିଯୋଗ କରିଛନ୍ତି ମହିଳା। ତାଙ୍କ ଠୁ ମୋବାଇଲ ଟାଣିନେବା ପରେ ମହିଳା ବିରୋଧ କରିବାରୁ ଗତ ୨୦ ତାରିଖ ରେ ମୋବାଇଲ ଫେରାଇଛନ୍ତି କିନ୍ତୁ ମହିଳା କୁ ବିନା ଦୋଷ ରେ ଗ୍ରାମରେ ବୁଲାଉଥିବା ବେଳେ ଭିଡିଓ ଭାଇରାଲ ହେଉଛି । ମହିଳାଙ୍କୁ ଭିଡିଓ ରେ କିଛି ଲୋକ ଗାଳି ଗୁଲଜ କରୁଥିବା ଶୁଭା ଯାଉଛି । ସେହିପରି ଜଣେ ଲୋକ ଅଙ୍ଗନବାଡ଼ି କେନ୍ଦ୍ର କୁ ଗେଟ ସମୁଖୁରେ ମହିଳା ଙ୍କୁ ଧକ୍କା ମରିବା ର ଦୃଶ୍ୟ ଭାଇରଲ ହେଉଛି। ଅସହାୟ ମହିଳା ଜଣକ କାକୁତି ମିନତି ନେଉରା ହେଉଥଲେ ବି ଜୁଲୁମ୍ ବନ୍ଦ ହେଉନାହିଁ। କାକୁତି ହୋଇ ମୋବାଇଲ ମାଗୁଛନ୍ତି ହେଲେ ମୋବାଇଲ ଦେଲେ ନାହିଁ ବୋଲି ଅଭିଯୋଗ ହେଇଛି କୋମନା ଥାନା ରେ। ଉପରୋକ୍ତ ଘଟଣା ଟି ଚଳିତ ମାସ ୧୪ ଜୁଲାଇ ୨୦୨୫ ବୋଲି ଅଭିଯୋଗ ପତ୍ର ରେ ଉଲ୍ଳେଖ ରହିଛି । ମହିଳା ଜଣକ ନିଜକୁ ଅପମାନିତ ବୋଧ କରି ୨୧ ତାରିଖ ରେ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୋମନା ଥାନା ରେ ମହିଳା ଙ୍କ ଅଭିଯୋଗ କୁ ଆଧାର କରି ଆଠ ଜଣ ଙ୍କ ନାମରେ ମାମଲା ରୁଜୁ ହୋଇଛି। ଅସଦାଚରଣ କରିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କେସ ନମ୍ୱର -୧୯୨,  ୨୧/୭/୨୦୨୫, ବି .ଏନ.ଏସ. ର ଧାରା ୧୨୬(୨),୨୯୬,୭୪,୧୩୫(୨),୩୦୪(୨)୩(୫) ଦଫା ଲଗାଯାଇଛି। ଅଜୁକ ଲାଲ ବେମାଲ, ଗୋଲାପୀ ବେମାଲ,ନାରାୟଣ ବେମାଲ,ନରେଶ ବେମାଲ,ଜଗବନ୍ଧୁ ବେମାଲ, ଅଚ୍ୟୁତ ବିଶ୍ୱାଳ,ଘନଶ୍ୟାମ ସୁନା,ହିମାଂଶୁ ମାଝୀ ଏମାନେ ସମସ୍ତେ ଠୂଟିବର ଗ୍ରାମର ବୋଲି ଜଣାପଡିଛି । ଏ ସମ୍ପର୍କ ରେ କୋମନା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦେବକୀ ମଲ୍ଲିକ ଙ୍କ ସହ ମୋବାଇଲ୍ ରେ ଯୋଗାଯୋଗ କରି ବୁଝିବା ରୁ ଠୁଠୀବର ଗାଁ ଘଟଣା ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରକାଶ କରିଥିଲେ । ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧ ରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha