342
ନୂଆପଡ଼ା -୨୮/୭ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସିକୁୟା ପଞ୍ଚାୟତ ବାରେସବାହାଳୀ ଗାଁ ର ଜଣେ ଯୁବତୀ କୁ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଏକ କେଶ ୧୭ ଜୁନ ୨୦୨୫ ରେ ଖଡ଼ିଆଳ ଥାନାରେ ରୁଜୁ ହୋଇଥିଲା। ଯୁବକ ଫେରାର ଥିଲା।ଖଡ଼ିଆଳ ପୋଲିସ ଏହାକୁ ଆଧାର କରି ଅଭିଯୁକ୍ତ କୁ ଖୋଜିବାରେ ଲାଗିଥିଲା, ଅଭିଯୁକ୍ତ ପ୍ରତାରଣା କରି ଫେରାର ହୋଇଥିବା ବେଳେ ଖଡ଼ିଆଳ ପୋଲିସ ଅଭିଯୁକ୍ତ କୁ ମୁମ୍ବାଇ ରୁ ଗିରଫ କରି ଆଜି ଖଡ଼ିଆଳ ଥାନା ଅଣାଯାଇଥିବା ଆଇଆଇସି ଦିଲୀପ କୁମାର ସାହୁ ସୂଚନା ଦେଇଛନ୍ତି । ଆଜି ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ। କେସ ନମ୍ବର ୧୭୮/୨୫ ଭାରତୀୟ ନ୍ୟାୟ ସଂହିତା ଧାରା ୬୯,୨୯୬,୩୫(୪) ଧାରା ଲାଗିଥିବା ସୂଚନା ପୋଲିସ ପକ୍ଷ ରୁ ଦିଆଯାଇଛି।