ନୂଆପଡ଼ା- ୨୮/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ମହକୁମା ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ପୂର୍ବତଟ ରେଳ ଜୋନ ଅଧିନ ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ରାୟପୁର – ବିଶାଖାପାଟଣା ରେଳ ଲାଇନ ର ଭେରା – ପଟପରପାଲି ରେଳ ଭୂତଳ ପୋଲ (ଅଣ୍ଡର ବ୍ରିଜ) ଲୋକଙ୍କ ଗମନାଗମନର ସୁବିଧା ପାଇଁ ଏହା ନିର୍ମାଣ ହୋଇଥିଲା କିନ୍ତୁ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମୁଥିବା ବେଳେ ସମ୍ପୁର୍ଣ୍ଣ କଂକ୍ରିଟ ନଷ୍ଟ ହୋଇ ରାସ୍ତାରେ ଦେଖାଯାଉଛି ଲୁହା ଛଡ଼। ଏପରି ବିପଦଜ୍ଜନକ ରାସ୍ତା ଟି ନୂଆପଡ଼ା ରେଳ ଷ୍ଟେସନ ରୁ ପଟପରପାଲି ପାଖରେ ଦେଖିବାକୁ ମିଳିଛି। ଏହି ରାସ୍ତାଟି ବ୍ୟସ୍ତବହୁଳ ହୋଇଥିବା ବେଳେ ପାଞ୍ଚୋଟି ପଞ୍ଚାୟତ ର ଲୋକ ସଦର ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟ ଆସିବା ପାଇଁ ମୁଖ୍ୟ ରାସ୍ତା ଅଟେ। ସୂଚନାଯୋଗ୍ୟ ଯେ ନୂଆପଡ଼ା ରେଳ ଷ୍ଟେସନ ରୁ ପ୍ରାୟ ଚାରି କିଲୋମିଟର ଦୂରରେ ଏହି ଭୂତଳ ପୋଲଟି ରେ ପ୍ରତିଦିନ ଶହଶହ ଲୋକ ଯିବାଆସିବା କରିଥାନ୍ତି। ପୂର୍ବରୁ ଫାଟକ ବିହୀନ ଏହି ରେଳ ରାସ୍ତା ରେ ଗୁଡ଼ାଏ ଦୁର୍ଘଟଣା ଘଟୁଥିଲା ଓ ଅଧିକାଂଶ ସମୟ ରେ ରେଳ ପାଇଁ ଲୋକଙ୍କ ସମୟ ନଷ୍ଟ ହେଉଥିଲା। ସ୍ଥାନୀୟ ଲୋକଙ୍କ ଦାବି ରେ ଏଠି ଭୂତଳ ପୋଲ ନିର୍ମାଣ ହେଲା କିନ୍ତୁ ରେଳ ବିଭାଗର ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ଓ ଭୂଲ ନିର୍ମାଣ ଢାଞ୍ଚା ଯୋଗୁଁ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମୁଥିବା ବେଳେ ସମ୍ପୁର୍ଣ୍ଣ ଭାବରେ ରାସ୍ତାଟି ନଷ୍ଟ ହୋଇଯାଇଛି। ସବୁ ବେଳେ ପାଣି ଜମୁଥିବା ହେତୁ ଶିଉଳି କାଦୁଅ ରହୁଛି।ଫଳରେ ଲୋକଙ୍କ ଚଳପ୍ରଚଳ ରେ ବାଧାପ୍ରାପ୍ତ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ଏହି ରାସ୍ତା ଶହଶହ ଲୋକ ଏବଂ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ,ମୋ ବସ୍ ସମେତ ଯାନବାହାନ ଚଳାଚଳ କରୁଥିବାରୁ ରେଳ ବିଭାଗ ପୋଲର ଜମା ପାଣି ନିଷ୍କାସନ ସହ ପୋଲ ପାଖ ରାସ୍ତାର ସ୍ଥାୟୀ ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।ଏହାର ନିର୍ମାଣ କେବଳ ରେଳ ବିଭାଗ ଦ୍ୱାରା ହେଉଥିବାରୁ ଜିଲ୍ଲା ପ୍ରଶାସନ ରେଳ ବିଭାଗକୁ ଦୃଷ୍ଟି ଆକର୍ଷଣ କରିବାପାଇଁ ସମସ୍ତେ ଅନୁରୋଧ କରିଛନ୍ତି।
ପୂର୍ବତଟ ରେଳ ଜୋନ: ପଟପରପାଲି- ଭେରା ଅଣ୍ଡର ବ୍ରିଜ ପ୍ରତି ଦୃଷ୍ଟି ପଡୁ
291