Home ରାଜ୍ୟନୂତନ ଜାତୀୟ ରାଜପଥ : ବଲାଙ୍ଗୀର – ନୂଆପଡ଼ା ଦାବି କଲେ ବରଗଡ଼ ସାଂସଦ

ନୂତନ ଜାତୀୟ ରାଜପଥ : ବଲାଙ୍ଗୀର – ନୂଆପଡ଼ା ଦାବି କଲେ ବରଗଡ଼ ସାଂସଦ

by Maraguda Express
0 comments

ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ)
ଓଡ଼ିଶାରେ ନୂତନ ଜାତୀୟ ରାଜପଥର ଚୂଡ଼ାନ୍ତ ଅନୁମୋଦନ ଏବଂ ଘୋଷଣା ପାଇଁ ଅନୁରୋଧ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବଲାଙ୍ଗୀର – ନୂଆପଡ଼ା ଭାୟା ବଲାଙ୍ଗୀର-ପାଟଣାଗଡ଼-ହରିଶଙ୍କର-ପାଇକମାଳ-ନୂଆପଡ଼ା ନୂଆ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପାଖରେ ସେ ଏହି ବଡ଼ ଦାବୀ କରିଛନ୍ତି । ଏ ପ୍ରସଙ୍ଗରେ ଦୀର୍ଘ ସମୟ ଧରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏହି ଜାତୀୟ ରାଜପଥର ଚୂଡ଼ାନ୍ତ ଅନୁମୋଦନ ସହ ଏହାର ଘୋଷଣା ପାଇଁ ଦାବି କରିଛନ୍ତି ବରଗଡ଼ ସାଂସଦ । ପଶ୍ଚିମ ଓଡ଼ିଶା ପାଇଁ ଏହି ନୂଆ ଜାତୀୟ ରାପଥ ବହୁ ଗୁରୁତ୍ୱ ବହନ କରୁଛି । ଓଡ଼ିଶାରେ ଦୀର୍ଘ ଦିନରୁ ଲୋକଙ୍କ ଏହି ଦାବି ରହିଆସିଛି । ସନ୍ତୁଳିତ ଆଞ୍ଚଳିକ ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏବଂ ସାମୁଦ୍ରିକ ଉପକୂଳ ଅଞ୍ଚଳର ସାମଗ୍ରିକ ସଂଯୋଗ ଦିଗରେ ଏହି ନୂଆ ଜାତୀୟ ରାଜପଥ ବେଶ ଗୁରୁତ୍ୱ । ବର୍ଦ୍ଧିତ ସଂଯୋଗୀକରଣ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଏବଂ ସାଂସ୍କୃତିକ କେନ୍ଦ୍ର ଗୁଡ଼ିକୁ ସଂଯୋଗ କରି ପର୍ଯ୍ୟଟନକୁ ଯଥେଷ୍ଟ ବୃଦ୍ଧି କରିପାରିବ । ଏହା ବ୍ୟତୀତ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଉନ୍ନତ ରାସ୍ତା ନେଟୱ୍ୱର୍କ ବାହ୍ୟବାଦ ଚ୍ୟଲେଞ୍ଜର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି କ୍ଷେତ୍ର ଗୁଡ଼ିକରେ ସଂଯୋଗୀକରଣକୁ ସୁଦୃଢ଼ କରିବା ଦ୍ୱାରା ଆଇନ-ଶୃଙ୍ଖଳା ପରିଚାଳନା ଅଧିକ ପ୍ରଭାବଶାଳୀ ହେବ । ଏବଂ ସାମଗ୍ରିକ ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି ବରଗଡ଼ ସାଂସଦ ଶ୍ରୀ ପୁରୋହିତ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha