Home ରାଜ୍ୟଜନଭାଗିଦାରୀ ରେ ବିକାଶର ନୂଆ ଅଧ୍ୟାୟ : ଖରିଆର ରୋଡ ରେ ଭବ୍ୟ ‘ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମ।

ଜନଭାଗିଦାରୀ ରେ ବିକାଶର ନୂଆ ଅଧ୍ୟାୟ : ଖରିଆର ରୋଡ ରେ ଭବ୍ୟ ‘ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମ।

by Maraguda Express
0 comments
ନୂଆପଡ଼ା -୨୦/୬ – ସେବା, ସୁଶାସନ ଏବଂ ସର୍ବାଙ୍ଗୀନ ବିକାଶର ସଂକଳ୍ପକୁ ସାକାର କରିବା ଦିଗରେ ଖରିଆର ରୋଡ୍ ଏନଏସି ପକ୍ଷରୁ ଆଉ ଏକ ସଫଳ ପଦକ୍ଷେପ ଗ୍ରହଣ କରାଯାଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ଓ ଜନକଲ୍ୟାଣମୂଳକ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ, ରାଜ୍ୟ ସରକାରଙ୍କ ୨ ବର୍ଷ ଏବଂ ପୌରପାଳିକାର ୪ ବର୍ଷ ପୂର୍ତ୍ତି ଅବସରରେ ୧୮ ନମ୍ବର ୱାର୍ଡରେ ଏକ ଭବ୍ୟ ‘ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ୱାର୍ଡବାସୀଙ୍କ ସହ ବିକାଶର ରୂପରେଖା ଓ ଆଗାମୀ କାର୍ଯ୍ୟଯୋଜନା କୁ ନେଇ ବିସ୍ତୃତ ଆଲୋଚନା କରିଥିଲେ ଲୋକପ୍ରିୟ ଏନଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ। ସେ ସହରରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଜନହିତକର ଯୋଜନା ଏବଂ ଆଗାମୀ ଦିନର ପ୍ରଗତିଶୀଳ ପରିକଳ୍ପନା ସମ୍ପର୍କରେ ନାଗରିକମାନଙ୍କୁ ଅବଗତ କରାଇଥିଲେ।ଡ଼ଃ ଜୈନ କହିଥିଲେ ଯେ, ଜନସାଧାରଣଙ୍କ ଅକୁଣ୍ଠ ବିଶ୍ୱାସ, ସହଯୋଗ ଏବଂ ସକ୍ରିୟ ଭାଗିଦାରୀ ଯୋଗୁଁ ଖରିଆର ରୋଡ୍ ଆଜି ନିରନ୍ତର ବିକାଶର ପଥରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିପାରିଛି। ସହରର ସାମଗ୍ରିକ ଉନ୍ନତିରେ ନାଗରିକଙ୍କ ସହଯୋଗ ହିଁ ସବୁଠାରୁ ବଡ଼ ଶକ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।ସେ କହିଥିଲେ, “ଡବଲ୍ ଇଞ୍ଜିନ ସରକାରଙ୍କ ବିକାଶମୁଖୀ ଚିନ୍ତାଧାରା, ସ୍ୱଚ୍ଛ ପ୍ରଶାସନ ଏବଂ ଜନସେବା ପ୍ରତି ସମର୍ପଣ ଭାବ ଖରିଆର ରୋଡ୍‌ ର ସର୍ବାଙ୍ଗୀନ ବିକାଶକୁ ଏକ ନୂତନ ଗତି ପ୍ରଦାନ କରିଛି।”ପ୍ରଶାସନର ମୂଳ ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ଏବଂ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା। ଜନସାଧାରଣଙ୍କ ଏହି ଅତୁଟ ବିଶ୍ୱାସ ହିଁ ପ୍ରଶାସନର ସବୁଠାରୁ ବଡ଼ ପ୍ରେରଣା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ଏହି ବିଶ୍ୱାସକୁ ପାଥେୟ କରି ଆଗାମୀ ଦିନରେ ‘ବିକଶିତ ସହର, ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ’ ଗଠନ ଦିଗରେ ନିରନ୍ତର କାର୍ଯ୍ୟ ଜାରି ରଖିବା ପାଇଁ ସମାବେଶରେ ଦୃଢ଼ ସଂକଳ୍ପ ଗ୍ରହଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଏନଏସି ଇଓ କମଳାସନ ରଥ, କାଉନ୍ସିଲର ସନ୍ଦୀପ ଶର୍ମା, ଗୋଲ୍ଡି ଅଗ୍ରୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ୱାର୍ଡବାସୀ ଉପସ୍ଥିତ ଥିଲେ। ବିକାଶ, ସୁଶାସନ ଓ ଜନଭାଗିଦାରୀର ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଓ ସକାରାତ୍ମକ ଚର୍ଚ୍ଚାର ପରିବେଶ ସୃଷ୍ଟି କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha