Home ରାଜ୍ୟନୂଆପଡ଼ା ରେ ବିକାଶର ମହା ସମାବେଶ : ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ ।

ନୂଆପଡ଼ା ରେ ବିକାଶର ମହା ସମାବେଶ : ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ ।

by Maraguda Express
0 comments
ନୂଆପଡ଼ା -୨୦/୬- ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଓଡ଼ିଶାରେ ଜନସମ୍ପର୍କ ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ‘ବିକାଶର ଧାରା, ଓଡ଼ିଶା ସାରା’ ଜନସମ୍ପର୍କ କାର୍ଯ୍ୟକ୍ରମ ଅନ୍ତର୍ଗତ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମ୍ମିଳନୀ ଅତି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।
ସଦଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ଙ୍କ ରେ ଆୟୋଜିତ ସଭା ରେ ସରକାରଙ୍କ ୨ ବର୍ଷର ସଫଳତା ଓ ଆକାଂକ୍ଷୀ ଜିଲ୍ଲାର ପ୍ରଗତି ମୁଖ୍ୟ ପ୍ରସଙ୍ଗ ରହିଥିଲା। ଏ ଅବସର ରେ ହିତାଧିକାରୀ ଙ୍କୁ ଶ୍ରମିକ ପରିଚୟପତ୍ର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଆୟୁଷ୍ମାନ କାର୍ଡ , ସରକାରୀ ଯୋଜନା ର ଲାଭ, ବିଭିନ୍ନ କାର୍ଡ ବିତରଣ କରାଯାଇଥିଲା।
ଏହି ଭବ୍ୟ ସମ୍ମିଳନୀ ଅବସରରେ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା।
୧. ଶ୍ରମ ବିଭାଗ :- ଶ୍ରମିକମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଶ୍ରମିକ ପରିଚୟପତ୍ର।
୨. କୃଷି ବିଭାଗ :- ଚାଷୀ ଭାଇଙ୍କ ମାଟିର ସୁରକ୍ଷା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ।
୩. ସ୍ୱାସ୍ଥ୍ୟ ବିଭାଗ : ଗରିବ ଓ ମଧ୍ୟବିତ୍ତ ଙ୍କ ଉତ୍ତମ ଚିକିତ୍ସା ପାଇଁ ଆୟୁଷ୍ମାନ କାର୍ଡ।
“ସମସ୍ତଙ୍କ ସହଭାଗିତା ରେ ନୂଆପଡ଼ା ଛୁଇଁବ ବିକାଶର ନୂଆ ଉଚ୍ଚତା”
ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦେଇ ସମ୍ମିଳନୀ ରେ ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଛନ୍ତି ଯେ , “ବିକାଶ ଏକ ନିରନ୍ତର ଧାରା ବିକାଶ ମୁଖୀ ମାନବୀୟ ଚିନ୍ତାଧାରା ଓ ପ୍ରଶାସନିକ ଦୃଷ୍ଟିଭଙ୍ଗୀ ଯେଉଁଠାରେ ଥାଏ, ସେଠାରେ ଅଗ୍ରଗତି ନିଶ୍ଚିତ ହୁଏ। ସମସ୍ତଙ୍କ ସହଭାଗିତା ଓ ସମନ୍ୱିତ ପ୍ରୟାସ ଦ୍ୱାରା ହିଁ ନୂଆପଡ଼ା କୁ ବିକାଶର ଏକ ନୂତନ ଶିଖର କୁ ନିଆଯାଇପାରିବ।”
ଉପରୋକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ଯୋଗ ଦେଇ ରାଜ୍ୟ ସରକାର ଙ୍କ ଦୁଇ ବର୍ଷର ବିକାଶ ମୂଳକ ସଫଳତା ଉପରେ ନିଜ ନିଜର ମତ ରଖିଥିଲେ।
ଅଜିଜ ଖାନ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ,
ସମୀର କୁମାର ସାହୁ ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ),
ପ୍ରେମ ଅଗ୍ରୱାଲ ସାଂସଦ ପ୍ରତିନିଧି,
ଲମ୍ବୋଦର ଧରୁଆ ମୁଖ୍ୟ ଉନ୍ନୟନ ଅଧିକାରୀ,ସୁର୍ମି ସୋରେନ ଉପଜିଲ୍ଲାପାଳ,
ତାରେଶ୍ୱରୀ ସାହୁ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ଏହା ସହ ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ, ଭରତଲାଲ ରାଉତ, ମାଲ୍ୟବନ୍ତ ସୁନା, ଭାନୁପ୍ରତାପ ସିଂ ମାଝୀ, ଅବନୀ ରଞ୍ଜନ ଯୋଶୀ ଓ ଉମା ଠାକୁରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଆରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା ଅତି ସୁନ୍ଦର ଭାବେ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha