Home ରାଜ୍ୟନୂଆପଡ଼ା ଜିଲ୍ଲାରେ ପିଏମ୍-କିଷାନ ଉତ୍ସବ : ୮୫ ହଜାରରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୩ ତମ କିସ୍ତି ଅର୍ଥ।

ନୂଆପଡ଼ା ଜିଲ୍ଲାରେ ପିଏମ୍-କିଷାନ ଉତ୍ସବ : ୮୫ ହଜାରରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୩ ତମ କିସ୍ତି ଅର୍ଥ।

by Maraguda Express
0 comments
ନୂଆପଡ଼ା- ୨୦/୬-ଚାଷୀ ଭାଇଭଉଣୀଙ୍କ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୩ ତମ କିସ୍ତି ବଣ୍ଟନ ଅବସରରେ ଆଜି ନୂଆପଡ଼ା ଜିଲ୍ଲାର ସିଲଦାସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ‘ପିଏମ୍-କିଷାନ ଉତ୍ସବ ଦିବସ’ ବେଶ୍ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।
ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ତାରକେଶ୍ୱର ଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହ ନୂଆପଡ଼ାର ଚାଷୀମାନେ ଆଭାସୀ ମାଧ୍ୟମ ରେ ସିଧାସଳଖ ସଂଯୁକ୍ତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୯.୪୪ କୋଟିରୁ ଅଧିକ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮,୮୮୦ କୋଟିରୁ ଅଧିକ ଟଙ୍କା ପ୍ରତ୍ୟକ୍ଷ ଭାବେ (ଡି ବି ଟି) ହସ୍ତାନ୍ତର କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶାର ୩୪.୬ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପ୍ରାୟ ୬୯୩ କୋଟି ଟଙ୍କାର ଲାଭ ପାଇଛନ୍ତି।
ନୂଆପଡ଼ା ଜିଲ୍ଲାର ମୋଟ ୮୫,୦୬୧ ଜଣ ଚାଷୀଙ୍କ ଖାତାକୁ ଏହି କିସ୍ତିର ଅର୍ଥ ସିଧାସଳଖ ଜମା ହୋଇଛି। କେଉଁ ବ୍ଲକରୁ କେତେ ଚାଷୀ ଉପକୃତ ହେଲେ, ତାହାର ବିବରଣୀ ତଳେ ଦିଆଗଲା:                  ଜିଲ୍ଲାସ୍ତରୀୟ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅନେକ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ ସେ ମଧ୍ୟ ରୁ ଲମ୍ବୋଦର ଧରୁଆ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ,ପ୍ରେମ ଅଗ୍ରୱାଲ ମାନ୍ୟବର ସାଂସଦଙ୍କ ପ୍ରତିନିଧି, ଡ଼. ଲବ ସୋରେନ ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର ତଥା ପ୍ରଣତି ରାଣୀ ପ୍ରଧାନ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । “ପିଏମ୍-କିଷାନ ଯୋଜନା କୃଷକମାନ ଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସମଗ୍ର କୃଷି କ୍ଷେତ୍ରର ଉନ୍ନୟନ ଦିଗରେ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।” ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ ଚାଷୀ, ସ୍ଥାନୀୟ ଜନପ୍ରତିନିଧି, କୃଷି ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha