106
ନୂଆପଡ଼ା -୨୧/୦୬ – ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଏନଏସି ଅନ୍ତର୍ଗତ ୧୯ ନମ୍ବର ୱାର୍ଡର ଅହିର କଲୋନୀ ରେ ଆୟୋଜିତ ‘ଜନଦର୍ଶନ ଓ ନାଗରିକ ସହଭାଗିତା’ କାର୍ଯ୍ୟକ୍ରମ ଉତ୍ସାହ ଓ ଜନସମାଗମ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହା ସହ ଦୀର୍ଘଦିନ ଧରି ସହର ର ବିଭିନ୍ନ ୱାର୍ଡରେ ଚାଲିଥିବା ବ୍ୟାପକ ଜନସମ୍ପର୍କ ଅଭିଯାନର ମଧ୍ୟ ଗତ କାଲି ସଫଳ ସମାପନ ଘଟିଛି।
ସେ କହିଥିଲେ ଯେ, ସହରର ପ୍ରତ୍ୟେକ ୱାର୍ଡରୁ ମିଳିଥିବା ଅପାର ଭଲପାଇବା, ସମର୍ଥନ ଏବଂ ଜନବିଶ୍ୱାସ ହିଁ ବିକାଶର ଏହି ଯାତ୍ରାକୁ ଆହୁରି ଗତିଶୀଳ କରିଛି। ନଗରବାସୀଙ୍କ ସହଯୋଗ ଓ ଆଶୀର୍ବାଦ ଯୋଗୁଁ ହିଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ।
ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ରହିବ ସେବା : ନିଜ କାର୍ଯ୍ୟକାଳ ର ଅବଶିଷ୍ଟ ସମୟ ସମ୍ପର୍କରେ ଡ଼. ଜୈନ କହିଥିଲେ ଯେ, ତାଙ୍କ କାର୍ଯ୍ୟକାଳର ଆଉ ପ୍ରାୟ ଆଠ ମାସ ବାକି ରହିଛି ଏବଂ ଏହି ସମୟ ମଧ୍ୟରେ ଅଧୁରା ରହିଥିବା ବିକାଶମୂଳକ କାର୍ଯ୍ୟ ସହ ନାଗରିକଙ୍କ ନୂତନ ଆବଶ୍ୟକତା ପୂରଣ ପାଇଁ ସେ ଶେଷ ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ ନିଷ୍ଠା, ସଚ୍ଚୋଟତା ଓ ସମର୍ପଣ ଭାବନାର ସହ କାର୍ଯ୍ୟ କରିଚାଲିବେ।
ସେ ନଗରବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଲୋକଙ୍କ ସମସ୍ୟାର ସମାଧାନ ଏବଂ ସହରର ସର୍ବାଙ୍ଗୀନ ବିକାଶ ତାଙ୍କର ପ୍ରାଥମିକତା ହୋଇ ରହିବ।