ନୂଆପଡ଼ା -୬/୮(ସୁରେନ୍ଦ୍ର ତିୱାରୀ) ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଓସାକା ହାଇଦ୍ରାବାଦ ତରଫରୁ ମାନ୍ଯବର ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ଭେଟି ସମ୍ବଲପୁର ନାନ୍ଦେଡ ନାଗାବଳି ଏକ୍ସପ୍ରେସ ଟ୍ରେନ (ଟ୍ରେନ ନମ୍ୱର- ୨୦୮୦୯) ଦୈନନ୍ଦିନ ଚାଳିବା ପାଇଁ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସର ରେ ଓସାକା ର ଉପଦେଷ୍ଟା ପଦ୍ମନାଭ ପ୍ରଧାନ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶାରୁ ଏକମାତ୍ର ଟ୍ରେନ ହାଇଦ୍ରାବାଦ କୁ ସପ୍ତାହ କୁ କେବଳ ତିନିଦିନ ଚାଳୁ ଥିବାରୁ ଅନେକ ସମୟରେ ପଶ୍ଚିମ ଓଡ଼ିଶାବାସୀ ଜରୁରୀ କାଳୀନ ଚିକିତ୍ସା ପାଇଁ ଯାତ୍ରା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଗାବଳି ଟ୍ରେନ ପ୍ରତ୍ୟେକ ଦିନ ଚାଳିଲେ ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାର ହଜାର ହଜାର ଲୋକ ଚିକିତ୍ସା ତଥା ଜୀବିକା ପାଇଁ ଉପକୃତ ହେବେ ବୋଲି ଓସାକା ହାଇଦ୍ରାବାଦ ତରଫରୁ ମାନ୍ଯବର ରେଳ ମନ୍ତ୍ରୀଙ୍କୁ ଏହି ଯଥାର୍ଥ ଦାବିକୁ ସହୃଦୟର ସହ ବିଚାର କରିବାକୁ ଅନୁରୋଧ କରାଯାଇଥିଲା ।
ସମ୍ବଲପୁର ନାନ୍ଦେଡ ଏକ୍ସପ୍ରେସ ଟ୍ରେନ ପ୍ରତିଦିନ ଚଳାଚଳ ପାଇଁ ଓସାକା ହାଇଦ୍ରାବାଦ ର ରେଲ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
76