Home ରାଜ୍ୟଗଣ୍ଡାମେର ଠାରେ ‘ପାନୀୟ ଜଳ ଅଦାଲତ’ ଅନୁଷ୍ଠିତ : ଜଳ ସଙ୍କଟ ଦୂର ପାଇଁ ପ୍ରଶାସନର ବଡ଼ ପଦକ୍ଷେପ।

ଗଣ୍ଡାମେର ଠାରେ ‘ପାନୀୟ ଜଳ ଅଦାଲତ’ ଅନୁଷ୍ଠିତ : ଜଳ ସଙ୍କଟ ଦୂର ପାଇଁ ପ୍ରଶାସନର ବଡ଼ ପଦକ୍ଷେପ।

by Maraguda Express
0 comments
ନୂଆପଡ଼ା -୩୦/୦୬- ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପ୍ରଶାସନର ମୁଖ୍ୟ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଗତକାଲି ଏକ ସ୍ୱତନ୍ତ୍ର ‘ପାନୀୟ ଜଳ ଅଦାଲତ’ ଅନୁଷ୍ଠିତ ହୋଇଯାଇଛି। ପାନୀୟ ଜଳ ଜନିତ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବା ଲକ୍ଷ୍ୟରେ ଏହି ଲୋକ ଅଦାଲତର ଆୟୋଜନ କରାଯାଇଥିଲା।
କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପବିତ୍ର କୁମାର ସାମଲ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନସୂୟା କୁମ୍ଭାର ଓ ସମ୍ମାନିତ ଅତିଥି ଭକ୍ତବନ୍ଧୁ ବୁଡ଼େକ, ରମ୍ଭାବତୀ ଶବର ସରପଞ୍ଚ ଗଣ୍ଡାମେର, ଭଗବାନ ସେଠି ସହକାରୀ ଯନ୍ତ୍ରୀ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ, କମଳ ସାହୁ ବିପିସି ସାନିଟେସନ,ପୂର୍ଣ୍ଣଚନ୍ଦ୍ର ରାଉତ ଯୋଗାଣ ଅଧିକାରୀ ପ୍ରମୁଖ  ଉପରୋକ୍ତ ଗୁରୁତ୍ଵପୂର୍ଣ୍ଣ ସଭା ରେ
ଉପସ୍ଥିତି ଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ରେ ଗଣ୍ଡାମେର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ମନଧର ବଗର୍ତ୍ତୀ, ଏଡିଇଓ ଦିଗାମ୍ବର ନାୟକ, ନାଏବ ସରପଞ୍ଚ, ସମିତି ସଭ୍ୟ, ସିଆରପି , ଏମବିକେ, ଆଙ୍ଗନୱାଡ଼ି କର୍ମୀ, ଗାଁ ସାଥୀ ଏବଂ ସ୍ଥାନୀୟ ଜନସାଧାରଣ ବିପୁଳ ସଂଖ୍ୟାରେ “ପାନୀୟ ଜଳ ଅଦାଲତ” ରେ ଅଂଶ ଗ୍ରହଣ କରିଥିଲେ।
‘ଜଳ ହିଁ ଜୀବନ’ ସମସ୍ୟାର ସମାଧାନ ଓ ପ୍ରଶାସନକୁ ସାଧୁବାଦ ଏହି ଅଦାଲତ ରେ ଅଞ୍ଚଳର ଜଳ ସମସ୍ୟା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ସହକାରୀ ଯନ୍ତ୍ରୀ ଭଗବାନ ସେଠି ଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁ ଗଣ୍ଡାମେର ପଞ୍ଚାୟତରେ ବର୍ତ୍ତମାନ ଜଳ ଯୋଗାଣ ସଠିକ୍ ଭାବେ ଚାଲିଥିବାରୁ ଜନସାଧାରଣ ପ୍ରଶାସନକୁ ଉଚ୍ଚ ପ୍ରଶଂସା ସହ ସାଧୁବାଦ ଜଣାଇଛନ୍ତି।
ଅଞ୍ଚଳରୁ ସମ୍ପୂର୍ଣ୍ଣ ଜଳ ସଙ୍କଟ ଦୂର କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ନୂତନ ନଳକୂଅ ଖନନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଜଳ ସମ୍ପର୍କିତ କୌଣସି ବି ସମସ୍ୟା ଦେଖାଦେଲେ ତୁରନ୍ତ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ (ଜେଇ) କିମ୍ବା ବ୍ଲକ ପ୍ରଶାସନକୁ ଜଣାଇବା ପାଇଁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha