53

ନୂଆପଡ଼ା -୧୬/୫ – ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ ହାଇଦ୍ରାବାଦର ପ୍ରତିଷ୍ଠିତ କୃଷି ଗବେଷଣା ସଂସ୍ଥା ‘ଇକ୍ରିସେଟ’ ପକ୍ଷରୁ ଏକ “ଚିରନ୍ତନ ବାଡି ବଗିଚା” ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂର କରିବା ଏବଂ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଏହି ବିଶେଷ ଶିବିରର ଆୟୋଜନ କରାଯାଇଥିଲା।