Home ରାଜ୍ୟବାଳକ  ମାନଙ୍କ ଯତ୍ନ ଓ ସୁରକ୍ଷା ଅଧିନିୟମ, ୨୦୧୫ ଉପରେ କର୍ମଶାଳା

ବାଳକ  ମାନଙ୍କ ଯତ୍ନ ଓ ସୁରକ୍ଷା ଅଧିନିୟମ, ୨୦୧୫ ଉପରେ କର୍ମଶାଳା

by Maraguda Express
0 comments

ନୂଆପଡ଼ା -୮/୮ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଅଦାଲତ ପରିସରରେ କିଶୋର ନ୍ୟାୟ (ବାଳକ ମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ଜଜ୍ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧୀକ୍ଷକ ଜି.ଆର୍ ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାଜଜ୍ ସୁନୀଲ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରଜ୍ଞା ପରମିତା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର୍ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷୀତୀଶ ବୋଧନକର, ଜିଲ୍ଲା ଦେୱାନୀ ସଂଘ ସଭାପତି ବିଶ୍ୱମଣି ପାଣିଗ୍ରାହୀ, ସଚିବ ଦେବଦତ୍ତ ଦିକ୍ଷିତ, ସକ୍ଷୀ କେନ୍ଦ୍ରର ପରିଚାଳିକା ତପସ୍ଵିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ କିଶୋର ନ୍ୟାୟ (ବାଳକ ମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଅନ୍ତର୍ଗତ ବିଭିନ୍ନ ବିଷୟ ଯଥା ବାଲ୍ଯ ବିବାହ, ମହିଳା ହେଲ୍ପଲାଇନ ନମ୍ବର, ଶକ୍ତି ସଦନ, ବେଟି ପଢାଓ ବେଟି ବଞ୍ଚାଓ, ଆଦଭିକା ଯୋଜନା, ଶିଶୁ ସୁରକ୍ଷା ସମିତି ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha