232
ଏହି ମିଳିତ ଚଢ଼ାଉରେ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ମଧ୍ୟ ରୁ ପ୍ରଭା ସିଂ ଅତିରିକ୍ତ ନିର୍ଦ୍ଦେଶିକା ଜଳ ବିଭାଜିକା, ମଧୁସ୍ମିତା ପରିଜା ଅତିରିକ୍ତ କୋଷାଗାର ଅଧିକାରୀ, ଜସ୍ମିନ ସାହୁ ଜିଲ୍ଲା ଶ୍ରମ ଅଧିକାରୀ, ଅନିଲ କୁମାର ଲେଙ୍କା ଜିଲ୍ଲା ସଂଯୋଜକ, ନିରୁପମା ନାଗ ସିଡିପିଓ ନୂଆପଡ଼ା, ରୋହିତ କୁମାର ଭୋଇ ବିଡିଓ ନୂଆପଡା, ଅବିନାଶ ମହାପାତ୍ର ବିଆରସି।
ନୂଆପଡ଼ା -୬/୦୬ – ଜିଲ୍ଲାକୁ ସମ୍ପୂର୍ଣ୍ଣ ଏକକ ବ୍ୟବହୃତ ପ୍ଲାଷ୍ଟିକ (ଏସ ୟୁ ପି) ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏକ ବଡ଼ ଅଭିଯାନ। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ‘ପିଙ୍କ ଏସ୍ୟୁପି ଟିମ୍’ ପକ୍ଷରୁ ସହରର ପ୍ରସିଦ୍ଧ ଏମ ବି ମଲ୍ ସ୍ଥିତ ଶୁଭମ କେ ମାର୍ଟ ରେ ଏକ ବ୍ୟାପକ ଚଢ଼ାଉ କରାଯାଇଛି।
ଏହି ସ୍ୱତନ୍ତ୍ର ଅଭିଯାନ ରେ ମଲ ରୁ ବିପୁଳ ପରିମାଣର ନିଷିଦ୍ଧ ପ୍ଲାଷ୍ଟିକ ଜବତ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି।
ଚଢ଼ାଉ ସମୟରେ ପିଙ୍କ ଟିମ୍ ପକ୍ଷରୁ ମଲ୍ର କୋଣ ଅନୁକୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା।
୧ କ୍ୱିଣ୍ଟାଲ ରୁ ଅଧିକ ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିକ୍ରୀ ପାଇଁ ମହଜୁଦ ରହିଥିବା ଦେଖିବାକୁ ମିଳିଥିଲା।
ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨୫,୦୦୦ ଟଙ୍କା ଜରିମାନା କରାଯାଇଛି।
ଦୋକାନ ର ମୁଖ୍ୟ ବିକ୍ରୟ କାଉଣ୍ଟର, ବଡ଼ ଗୋଦାମ ଘର ଏବଂ ଅନ୍ୟାନ୍ୟ ସଂରକ୍ଷଣ ସ୍ଥାନ ରେ ଚଢ଼ାଉ କରାଯାଇଥିଲା।