

ନୂଆପଡ଼ା -୧୩/୮ (ସୁରେନ୍ଦ୍ର ତିୱାରୀ ) ସ୍ବାଧିନତା ଦିବସ ଉପଲକ୍ଷେ ବ୍ଲକ ପ୍ରଶାସନ ତରଫରୁ ସିନାପାଲି ବ୍ଲକର ବିଭିନ୍ନ ବିଦ୍ଯାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ଏନେଇ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର ପ୍ରାଥମିକ ସ୍ତରରେ ସୂର୍ଯ୍ୟାଂଶୁ ମୁଣ୍ଡ, ରିଦ୍ଧିବଲ୍ଲଭ ସାହୁ, ଆରୁଶି ଅଗ୍ରୱାଲ, ଉଚ୍ଚ ପ୍ରାଥମିକ ସ୍ତରରେ ରେଜୁ ଅଗ୍ରୱାଲ, ପ୍ରାଞ୍ଜଲ୍ କାଛି, ଅନିତା ମଶ୍ରା ଓ ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଶିବାନୀ ନାଏକ, ବିନାୟକ ପାଣିଗ୍ରାହୀ, ସନ୍ତୋଷୀ ନାଗ ଏବଂ ଗୀତ ବିଭାଗର ପ୍ରାଥମିକ ବିଦ୍ୟାଳୟ ସ୍ତରର ଆୟୁଷ୍ମାନ ମେହେର, ପ୍ରଳିପ୍ତ ପଣ୍ଡା, ତୋଷାମଣୀ ମେହେର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଦିବ୍ୟା ମେହେର, ଦେବେଶ୍ୱର ମେହେର, ଦେବିସ୍ମିତା ସାହୁ, ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଉର୍ମିଳା ବାଗ, ସମୃଦ୍ଧିମୟୀ ବାଗ, ପୂଜା ସା ଯଥା କ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବରେ ତ୍ରିନାଥ ମେହେର, ବୈଷ୍ଣବ ମେହେର, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଲୋଚନ ମେହେର, ଭାସ୍କର ପାତ୍ର, ମହେଶ ମେହେର, ଅତୁଲ କୁମାର ପାତ୍ର, ଚୂଡ଼ାମଣି ମେହେର, ନିକୁଞ୍ଜ ବିହାରୀ ସା, ବଂଶୀଧର ଜଗତ, ନମିତା ମେହେର, ମୀନାକ୍ଷୀ ପାଢ଼ୀ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ବୁଦ୍ଧଦେବ ମେହେର, ସୂରଜ ମେହେର, ମନୋଜ ଜଗତଙ୍କ ସହ ସିନାପାଲି ଉଚ୍ଚ ବିଦ୍ଯାଳୟର କର୍ମଚାରୀ ସହଯୋଗ କରିଥିଲେ ।
ସିନାପାଲି ବ୍ଲକ : ସ୍ବାଧିନତା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା
101