88
ନୂଆପଡ଼ା -୧୬/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମସାଗର ଛକ ନିକଟ ଜାତୀୟ ରାଜପଥ – ୩୫୩ ରେ ଏକ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ଡ଼ୁମେରବାହାଲ ଗ୍ରାମର ଗୌରାଙ୍ଗ ଛତ୍ରିଆ (୨୫)।
ସେ ଖରିଆର ରୁ ନିଜ କାମ ସାରି ଗାଁ କୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା।ଖବର ପାଇ ଖରିଆର ପୋଲିସ ଉକ୍ତ ଟ୍ରକ ଟିକୁ ଅଟକ ରଖିଥିବା ଜଣାପଡିଛି। କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ତଦନ୍ତ ଅବ୍ୟାହତ ରଖିଛନ୍ତି ।