Home ରାଜ୍ୟନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ: ୧୮୦୦ ହେକ୍ଟର ରୁ ଅଧିକ ଜମିକୁ ମିଳିଲା ଗୋଷ୍ଠୀଗତ ସ୍ୱୀକୃତି।

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ: ୧୮୦୦ ହେକ୍ଟର ରୁ ଅଧିକ ଜମିକୁ ମିଳିଲା ଗୋଷ୍ଠୀଗତ ସ୍ୱୀକୃତି।

by Maraguda Express
0 comments
ନୂଆପଡ଼ା -୩୦/୪- ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ‘ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର) ଆଇନ, ୨୦୦୬’ ଅଧୀନରେ ଏକ ଗୁରୁତ୍ୱ ପୂର୍ଣ୍ଣ ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଜମି ଉପରେ ବନବାସୀଙ୍କ ଅଧିକାରକୁ ନେଇ କେତେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରେ ଆଜିଜ୍ ଖାନ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ)
ସୁବାଶ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ
ସୁର୍ମି ସୋରେନ, ଉପ-ଜିଲ୍ଲାପାଳ
ଦୀପ୍ତିମନ୍ତ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ
ଏଥିସହ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ବନାଞ୍ଚଳ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଦାବି ସମୀକ୍ଷା ଓ ମଞ୍ଜୁରୀ :
ବୈଠକରେ ବିଭିନ୍ନ ଉପଖଣ୍ଡ ସ୍ତରୀୟ କମିଟିରୁ ଆସିଥିବା ଆବେଦନଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।
ବୈଠକରେ ଉପଖଣ୍ଡ ସ୍ତରୀୟ କମିଟିମାନଙ୍କ ଠାରୁ ପ୍ରେରିତ ୧୧୫୦ ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବି ମଧ୍ୟରୁ ୧୬୨ ଟି ଦାବିକୁ ମଞ୍ଜୁର କରାଯାଇଥିଲା। ଏହାସହ ୭୯୪ ଟି ଦାବିକୁ ବିଭିନ୍ନ କାରଣରୁ ନାମଞ୍ଜୁର କରାଯାଇଥିବାବେଳେ ୧୯୪ ଟି ଦାବି ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମି ସମ୍ପର୍କିତ ଥିବାରୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।ଏହାଛଡ଼ା, ପ୍ରାପ୍ତ ୬ ଟି ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବି ମଧ୍ୟରୁ ୨ ଟି ମଞ୍ଜୁର, ୨ ଟି ନାମଞ୍ଜୁର ଓ ୨ ଟି ସ୍ଥଗିତ ରଖାଯାଇଥିଲା। ସେହିପରି ୭ ଟି ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବି ମଧ୍ୟରୁ ୪ ଟି ଦାବି ମଞ୍ଜୁର ଓ ୩ ଟି ନାମଞ୍ଜୁର ହୋଇଥିଲା।୧୯୪ ଟି ବ୍ୟକ୍ତିଗତ ଦାବି ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମି ସମ୍ପର୍କିତ ହୋଇଥିବାରୁ ସେଗୁଡ଼ିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
ଐତିହାସିକ ନିଷ୍ପତ୍ତି : ୪ ଗ୍ରାମକୁ ମିଳିଲା ବଡ଼ ସଫଳତା ।
ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, ବୋଡେନ ବ୍ଲକର ୪ଟି ଗ୍ରାମର ପ୍ରାୟ ୧୮୦୨.୯୨ ହେକ୍ଟର ଜଙ୍ଗଲ ଜମିକୁ ‘ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର’ ଭାବେ ସ୍ୱୀକୃତି ଦିଆଯାଇଛି।
ଗ୍ରାମୱାରୀ ସ୍ୱୀକୃତିପ୍ରାପ୍ତ ଜମି :
1. ବୋଇରଗାଁ – ୮୦୨ ହେକ୍ଟର
2. ସୁନାମୁଣ୍ଡି – ୫୦୨.୪ ହେକ୍ଟର
3. ଧୋବେଇ – ୪୭୮.୫୨ ହେକ୍ଟର
4. ବୁଟୁପଡା – ୨୦ ହେକ୍ଟର
ଏହି ପଦକ୍ଷେପ ବନବାସୀଙ୍କ ପାରମ୍ପରିକ ଅଧିକାରକୁ ସୁରକ୍ଷିତ କରିବା ସହ ଜଙ୍ଗଲ ସମ୍ପଦର ସଠିକ ପରିଚାଳନାରେ ସହାୟକ ହେବ। ବୈଠକ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha