91
ନୂଆପଡ଼ା -୧୭/୮ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଚତୁର୍ଦ୍ଦିଗରେ ଏହି ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ପ୍ରାଧିକରଣର ସଦସ୍ୟ ତଥା ସରକାରୀ ଓକିଲ ତ୍ରୀଲୋକଚନ୍ଦ ସୋନୀ, ଆଇନ ସ୍ୱେଚ୍ଛାସେବୀ (ଅଧିକାର ମିତ୍ରଗଣ) ଓ ପ୍ରାଧିକରଣର କର୍ମଚାରୀମାନେ ଯୋଗ ଦେଇ ପ୍ରାୟ ୮୫ କେଜି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି। ପ୍ରତ୍ୟେକ ଶନିବାର ଆୟୋଜିତ ହେଉଥିବା ଏଭଳି କାର୍ଯ୍ୟକ୍ରମରେ ଅଧିକାଧିକ ସଂଖ୍ୟାରେ ଯୋଗଦେବାକୁ ସର୍ବସାଧାରଣଙ୍କୁ ପ୍ରାଧିକରଣର ସଚିବ ଆହ୍ବାନ କରିଛନ୍ତି।