
ନୂଆପଡ଼ା -୩୧/୮(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ଏକ୍ସକେଡ଼ର ଶିକ୍ଷକ ସଂଘର ନୂତନ କମିଟି ଗଠନ କରାଯାଇଛି । ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ବରିଷ୍ଠ ଶିକ୍ଷକ ଲୋକନାଥ ମେହେରଙ୍କ ଅଧ୍ଯକ୍ଷତାରେ ଏନେଇ ଅନୁଷ୍ଠିତ ସଭାରେ ବିଭିନ୍ନ ବିଦ୍ଯାଳୟରୁ ଏକ୍ସକେଡ଼ର ଶିକ୍ଷକ ଯୋଗଦେଇଥିଲେ । ନିକଟରେ ସିଆରସିସି ଭାବରେ ନିଯୁକ୍ତ ଏକ୍ସକେଡ଼ର ଶିକ୍ଷକ ତରୁଣ କୁମାର ମେହେରଙ୍କୁ ପ୍ରଥମେ ସଂଘ ତରଫରୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସଂଘର ବିଭିନ୍ନ କାର୍ଯ୍ଯପନ୍ଥାକୁ ନେଇ ବିଷଦ ଆଲୋଚନା କରାଯିବା ସହ ଏକ ନୂତନ କମିଟି ଗଠନ କରାଯାଇଥିଲା ।
କମିଟିର ସଭାପତି ଭାବରେ ତରୁଣ କୁମାର ମେହେର, ଉପସଭାପତି ଖଗେଶ୍ବର ମେହେର ଓ ଆଲୋକ ପାଣିଗ୍ରାହୀ, ସଂପାଦକ ବେଣୁଧର ନାଏକ, ସହ ସଂପାଦକ ଅର୍ଜୁନ ନାଏକ ଓ ସାମନ୍ତ ଦାସ ଏବଂ କୋଷାଧ୍ଯକ୍ଷ ଭାବରେ ଭୂତେଶ୍ବର ନାଏକଙ୍କୁ ମନୋନିତ କରାଯାଇଛି ।
ସେହିପରି ମିଡ଼ିଆ କୋଡ଼ିନେଟର ଭାବରେ ହିରାଲାଲ ସାହୁ ରହିଥିବା ବେଳେ ସଂଘର କାର୍ଯ୍ଯକାରୀ ସଭ୍ଯସଭ୍ଯାରେ ଶିବ ମାଝୀ, ଦଶରଥ ଦଣ୍ତସେନା, କ୍ଷିତିଶ କାଣ୍ତ, ସନ୍ତୋଷ ସାହୁ, କ୍ରାନ୍ତି ବାଗ, ହୃଷିକେଶ ଛତ୍ରିଆ, ରମେଶ ମେହେର, ସତ୍ଯ ହରିଜନ,ଶଶିମୁଖୀ ପ୍ରଧାନ, ପୁଷ୍ପାଞ୍ଜଲି କାଛି, ଗିତୀକା ଖମାରୀ ରହିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଅରୁଣ କୁମାର ଯୋଷୀଙ୍କ ସହ ଲୋକନାଥ ମେହେର, ଧର୍ମୁ ନାଏକ, ଅଚ୍ଯୁତାନନ୍ଦ ମେହେର, ସରୋଜ ପାଢ଼ୀ ଉପଦେଷ୍ଟା ରହିଛନ୍ତି । ଆଜିର ବୈଠକରେ ଅନ୍ଯମାନଙ୍କ ମଧ୍ଯରେ କପୁରଚନ ମାଝୀ, କ୍ଷେତ୍ରମୋହନ ବନ୍ଦିଛୋର, କୋକିଳ ସୁନାନୀ, ବିନୋଦ ବିହାରୀ ଚିନାଗୁନ, ଲିଙ୍ଗ ନାଗ, ସତ୍ଯବ୍ରତ ଠାକୁର, ଲବ ମେହେର, ନରେଶ ମେହେର, ଭୁପେତ ନିଆଲ, ନୄସିଂହ କଟା, ରମେଶ ଖର୍ସେଲ, ତ୍ରିବିକ୍ରମ ଗହୀର, ରୋମାଞ୍ଚଳ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।


ସିନାପାଲି ବ୍ଲକ : ଏକ୍ସକେଡ଼ର ଶିକ୍ଷକ ସଂଘ ଗଠିତ – ତରୁଣ କୁମାର ମେହେର ସଭାପତି ଓ ବେଣୁଧର ନାଏକ ସଂପାଦକ
50
previous post