Home ରାଜ୍ୟ୮ ବର୍ଷ ଧରି ଶଯ୍ୟାଶାୟୀ ସ୍ୱାମୀ, ସ୍ନାୟୁ ରୋଗରେ ପୀଡ଼ିତ ଶ୍ୱଶୁର; ଦିନମଜୁରି କରି ୬ ଜଣଙ୍କ ପେଟକୁ ଦାନା ଯୋଗାଉଛନ୍ତି ପତ୍ନୀ କୈକେୟୀ।

୮ ବର୍ଷ ଧରି ଶଯ୍ୟାଶାୟୀ ସ୍ୱାମୀ, ସ୍ନାୟୁ ରୋଗରେ ପୀଡ଼ିତ ଶ୍ୱଶୁର; ଦିନମଜୁରି କରି ୬ ଜଣଙ୍କ ପେଟକୁ ଦାନା ଯୋଗାଉଛନ୍ତି ପତ୍ନୀ କୈକେୟୀ।

by Maraguda Express
0 comments
ନୂଆପଡ଼ା -୦୨/୧୧ ଦାରିଦ୍ର୍ୟର ବୋଝ, ରୋଗର ଯନ୍ତ୍ରଣା ଓ ଅନିଶ୍ଚିତ ଭବିଷ୍ୟତକୁ ନେଇ ଦିନ କାଟୁଛି ଏକ ଅସହାୟ ପରିବାର। ପରିବାର ର ଦୁଇ ଜଣ ପୁରୁଷ ସଦସ୍ୟ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ ଅବସ୍ଥାରେ ରହିଥିବା ବେଳେ, ସମଗ୍ର ପରିବାର ର ବୋଝ ଏବେ ଜଣେ ମହିଳାଙ୍କ କାନ୍ଧରେ। ନିଜର ସମସ୍ତ ଦୁଃଖ ଓ କଷ୍ଟକୁ ଛାତିରେ ଚାପି ଦିନମଜୁରି କରି ପରିବାରର ୬ ଜଣ ସଦସ୍ୟଙ୍କ ମୁହଁରେ ଆହାର ଦେଉଛନ୍ତି ପତ୍ନୀ କୈକେୟୀ। ଏଭଳି ହୃଦୟବିଦାରକ ଚିତ୍ର ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମରୁ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଟିକ୍ରାପଡ଼ା ଗ୍ରାମର ୭୩ ବର୍ଷୀୟ ଠୁଇ କୈବର୍ତ୍ତ ସ୍ନାୟୁଜନିତ ରୋଗରେ ପୀଡ଼ିତ। ଅନ୍ୟପକ୍ଷରେ ତାଙ୍କ ୪୩ ବର୍ଷୀୟ ପୁଅ ଲୋଚନ କୈବର୍ତ୍ତ ମଧ୍ୟ ସମାନ ଧରଣର ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୮ ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି। ରୋଗ ଯୋଗୁଁ ସେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା ସହ ରୋଜଗାର କରିବାକୁ ମଧ୍ୟ ଅସମର୍ଥ। ଫଳରେ ପରିବାର ର ଆୟର ମୁଖ୍ୟ ଉତ୍ସଟି ଦୀର୍ଘଦିନ ହେଲା ବନ୍ଦ ହୋଇଯାଇଛି।
ଏଭଳି ସଙ୍କଟଜନକ ପରିସ୍ଥିତିରେ ପରିବାରର ସମସ୍ତ ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି ଲୋଚନଙ୍କ ପତ୍ନୀ କୈକେୟୀ। ପ୍ରତିଦିନ ଦିନମଜୁରି କରି ଯାହା କିଛି ଅର୍ଥ ଉପାର୍ଜନ କରୁଛନ୍ତି, ସେହି ଅଳ୍ପ ରୋଜଗାରରେ ପରିବାରର ୬ ଜଣ ସଦସ୍ୟଙ୍କ ଖାଦ୍ୟପେୟ, ଦୈନନ୍ଦିନ ଖର୍ଚ୍ଚ ଓ ରୋଗୀଙ୍କ ଯତ୍ନ ନେବାକୁ ପଡ଼ୁଛି। ନିଜ ପରିବାରର ଦୁଇ ଜଣ ଅସୁସ୍ଥ ସଦସ୍ୟଙ୍କ ଚିକିତ୍ସା ଓ ଯତ୍ନ ସହ ଘରର ସମସ୍ତ ଦାୟିତ୍ୱ ତୁଲାଇବା ତାଙ୍କ ପାଇଁ ଏକ ବଡ଼ ସଂଘର୍ଷ ପାଲଟିଛି। ପଞ୍ଚାୟତ ରୁ ୪ ଜଣ ଙ୍କୁ ଜଣ ପିଛା ୫ କେଜି ଚାଉଳ ଓ ଶାଶୁ ଓ ଶ୍ୱଶୁର ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ହେଳେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ, ଖାଇବେ ନା ଚିକିତ୍ସା କରିବେ। ଅନେକ ଚିକିତ୍ସାଳୟ ରୁ ଚିକିତ୍ସା କରି ନିରାଶ ହୋଇ ଫେରି ଆସିଛନ୍ତି। ହାତ ରେ ଆଉ ଟଙ୍କା ଥିଲେତ ଚିକିତ୍ସା ହେବ?
ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଜମିବାଡ଼ି କହିଲେ କେବଳ ରହିବା ପାଇଁ ଘର ଖଣ୍ଡିଏ ଥିବା ବେଳେ ନିଜସ୍ୱ ଚାଷଜମି ନାହିଁ। ନିୟମିତ ଆୟର କୌଣସି ସ୍ଥାୟୀ ଉତ୍ସ ନଥିବାରୁ ଦିନମଜୁରି ଉପରେ ହିଁ ପରିବାର ର ଜୀବନଜୀବିକା ନିର୍ଭର କରୁଛି। ଏପରି ସ୍ଥିତିରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା, ଔଷଧ ଖର୍ଚ୍ଚ ଓ ପରିବାର ର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା କୈକେୟୀଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।
ଗୋଟିଏ ପଟେ ରୋଗର ଯନ୍ତ୍ରଣା, ଅନ୍ୟପଟେ ଆର୍ଥିକ ଅଭାବ। ଏହି ଦୁଇଟି ସମସ୍ୟା ମଧ୍ୟରେ ଛଟପଟ ହେଉଥିବା ପରିବାରଟି ଏବେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛି। ଦୀର୍ଘ ୮ ବର୍ଷ ଧରି ଶଯ୍ୟାଶାୟୀ ଲୋଚନଙ୍କ ଉନ୍ନତ ଚିକିତ୍ସା ସହିତ ତାଙ୍କ ବୃଦ୍ଧ ପିତାଙ୍କ ଚିକିତ୍ସା ଓ ପରିବାରର ଆର୍ଥିକ ସୁରକ୍ଷା ଏବେ ଜରୁରୀ ଆବଶ୍ୟକତା ହୋଇପଡ଼ିଛି।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, କୋମନା ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଟିକ୍ରାପଡ଼ା ଗ୍ରାମକୁ ଯାଇ ପରିବାର ର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଯୋଗ୍ୟତା ଅନୁଯାୟୀ ଚିକିତ୍ସା ସହାୟତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ସରକାରୀ କଲ୍ୟାଣକାରୀ ଯୋଜନାର ସୁବିଧା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।
କୈକେୟୀଙ୍କ ସଂଘର୍ଷ କେବଳ ଜଣେ ମହିଳାଙ୍କ ଜୀବନ ସଂଘର୍ଷ ନୁହେଁ, ଏହା ଏକ ଅସହାୟ ପରିବାରର ବଞ୍ଚିବାର ଲଢ଼େଇ। ଏଭଳି ବିପଦ ସମୟରେ ଯଦି ପ୍ରଶାସନ ଓ ସମାଜ ପକ୍ଷରୁ ସହାୟତାର ହାତ ବଢ଼ାଯାଏ, ତେବେ ଏହି ପରିବାରକୁ ନୂଆ ଆଶା ଓ ବଞ୍ଚିବାର ଆଧାର ମିଳିପାରିବ। ଏବେ ଟିକ୍ରାପଡ଼ାର ଏହି ଅସହାୟ ପରିବାର ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି, ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha