87
ନୂଆପଡ଼ା- ୪/୯(ସୁରେନ୍ଦ୍ର ତିୱାରୀ) ଆଜି ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ବାଇକ ଚୋରି ଅଭିଯୋଗ ରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୋଙ୍କ ପୋଲିସ ଷ୍ଟେସନ କେସ ନମ୍ବର ୧୮୦, ଡିଟିଡି. ୩ ସେପ୍ଟେମ୍ବର ୨୦୨୫ ୟୁ/ଏସ୍ ୩୦୩(୨) ବିଏନ୍ଏସ୍ ରେ ଗିରଫ କରି ଅଭିଯୁକ୍ତମାନଙ୍କ ମଧ୍ୟରୁ ସୁରଜ ଯାଦବ (୨୩) ପୁଅ ଶଙ୍କର ଯାଦବ, ୱାର୍ଡ ନମ୍ବର ୧୨ ପିଏଚଡି ପଡ଼ା, ଖରିଆର ରୋଡ୍ ଏବଂ ଗୋବିନ୍ଦ ଆଦା (୩୯) ପୁଅ ଡମ୍ବରୁ ଆଦା, ୱାର୍ଡ ନମ୍ବର ୧୩ ଧୋବିପଡ଼ା ଖରିଆର ରୋଡ୍ ରୁ, ଚୋରି ହୋଇଥିବା ହିରୋ ସ୍ପେଣ୍ଡର ପ୍ରୋ. ଏମ୍/ସି, ସି.ଜି-୦୬ – ଜିଡି- ୮୩୨୦ ଜବତ କରାଯାଇଛି। ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଆଇଆଇସି ପ୍ରଦୀପ କୁମାର ଧରୁଆ ସୂଚନା ପ୍ରଦାନ କରିଛନ୍ତି।