144
ଚଳିତ ବର୍ଷ ମେ ମାସ ସୁଦ୍ଧା ଜିଲ୍ଲାରେ ଜମି ରାଜସ୍ୱ ଓ ବକେୟା ଆଦାୟ କ୍ଷେତ୍ରରେ ଗତ ବର୍ଷ ତୁଳନାରେ ଉଲ୍ଲେଖନୀୟ ସଫଳତା ମିଳିଛି।
ନୂଆପଡ଼ା -୬/୬- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ରାଜସ୍ୱ ସଂଗ୍ରହ, ଆଇନଶୃଙ୍ଖଳା ପରିସ୍ଥିତି, ଜମି ସମ୍ବନ୍ଧୀୟ ମାମଲା ଏବଂ ଖଣିଜ ସମ୍ପଦର ସୁରକ୍ଷା ବାବଦରେ ବିସ୍ତୃତ ସମୀକ୍ଷା କରାଯାଇଛି।