Home ରାଜ୍ୟଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ନେତୃତ୍ବ ଶିବିର।

ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ନେତୃତ୍ବ ଶିବିର।

"ଶିବିରରେ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ଦ୍ଵାରା ଅନୁବନ୍ଧିତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୧୦୦ ଜଣ ସ୍ବେଚ୍ଛାସେବୀ ଓ ୧୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦାନ୍ କରିଛନ୍ତି। ଏହା ୩ ଦିନ ବ୍ୟାପି ଚାଲିବ। ୧୦ ଟି ବିଭିନ୍ନ ବିଷୟ ବସ୍ତୁ କୁ ନେଇ ୧୦ ଟି ଅଧିବେଶନ କରିବା ସ୍ଥିର ହୋଇଛି।"

by Maraguda Express
0 comments

ନୂଆପଡ଼ା -୫/୯ (ସୁରେନ୍ଦ୍ର ତିୱାରୀ) ସ୍ଥାନୀୟ ନେସନାଲ କଲେଜ ଠାରେ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ନେତୃତ୍ଵ ତାଲିମ୍ ଶିବିର ଉଦଘାଟିତ ହୋଇ ଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ମାଁ ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ,କଳାହାଣ୍ଡି ସହବନ୍ଧିତ ନେସନାଲ କଲେଜ୍ ନୂଆପଡ଼ା, ଜାତୀୟ ସେବା ସଂସ୍ଥା ଦ୍ୱାରା ୩ ଦିନିଆ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଏଥିରେ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ ସମ୍ମାନିତ ଅତିଥି,ମୁଖ୍ୟ ଅତିଥି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ପ୍ରଣତୀ ପଣ୍ଡା, ନେସନାଲ କଲେଜ୍ ର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ମିଶ୍ର,ଜିଲ୍ଲା ଆଞ୍ଚଳିକ ଅଧିକାରୀ ଶର୍ମିଲା ମହାରଣା,ଅଧ୍ୟାପକ ବିଧାନ ଚରଣ ମିଶ୍ର,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ ଏଥିରେ ସଭାପତିତ୍ବ କରିଥିଲେ । ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯକ୍ରମ ଅଧିକାରୀ ହେମଲ ସାଉପରୋକ୍ତ ଶିବିର ଆୟୋଜନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବୁଝାଇ ଥିଲେ । ଏହି ଶିବିରରେ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ଦ୍ଵାରା ଅନୁବନ୍ଧିତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୧୦୦ ଜଣ ସ୍ବେଚ୍ଛାସେବୀ ଓ ୧୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦାନ୍ କରିଛନ୍ତି। ଏହା ୩ ଦିନ ବ୍ୟାପି ଚାଲିବ। ୧୦ ଟି ବିଭିନ୍ନ ବିଷୟ ବସ୍ତୁ କୁ ନେଇ ୧୦ ଟି ଅଧିବେଶନ କରିବା ସ୍ଥିର ହୋଇଛି। ଉକ୍ତ ଶିବିରରେ ସ୍ବେଚ୍ଛାସେବୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ମାନ ମଧ୍ୟ ଅନୁଷ୍ଠିତ ହେବ। ଆଜି ର ସଭା ଶେଷରେ ବରିଷ୍ଠ ଅଧ୍ୟାପକ ବିଧାନ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha