73
ବୋଡେ଼ନ -୧୧/୯ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପଲସଦା ପଞ୍ଚାୟତ ର ଡୁର୍କା ମୁଣ୍ଡା ଗ୍ରାମରେ ଆଜି ସକାଳେ ବର୍ଷା ହେଉଥିବା ସମୟ ରେ ମହୁଲ ଗଛତଳେ ୩ଜଣ ଆଶ୍ରୟ ନେଇଥିଲେ । ଠିକ ସେତିକି ବେଳେ ବଜ୍ରା ଘାତରେ ଜଣେ ମୃତ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।
ମୃତକ ହେଲେ ପର୍ଶୁରାମ ଶତନାମୀ ବାୟାଲିସ ବର୍ଷ ଓ ଆହତ ମାନେ ଲୋଭା ଶତନାମୀ, ଅନତ ଶଗରିଆ । ଚିକିତ୍ସା ଧୀନ ଅବସ୍ଥାରେ ପର୍ଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ କୁ ଖଡ଼ିଆଳ ରୁ ନୂଆପଡା ଜିଲ୍ଲା ଚିକିତ୍ସାଳୟ କୁ ଉତ୍ତମ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରା ଯାଇଛି ।