Home ରାଜ୍ୟନୂଆପଡ଼ା ଜିଲ୍ଲାପାଳଙ୍କ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ।

ନୂଆପଡ଼ା ଜିଲ୍ଲାପାଳଙ୍କ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ।

ନୂଆଁଖାଇ ଧାନ " ଷାଠିଆ " ର ବିକାଶ ଓ ଉତ୍ପାଦନ ବୃଦ୍ଧି ହେବ - ଜିଲ୍ଲାପାଳ

by Maraguda Express
0 comments

ନୂଆପଡ଼ା- ୧୮/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନାୟକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ।ସେମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ନୂଆପଡ଼ା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଏହାକୁ କୃଷି ସମୃଦ୍ଧ ଜିଲ୍ଲାରେ ରୂପାନ୍ତରିତ କରିବା ପାଇଁ ବିଭାଗ ପଦକ୍ଷେପ ନେଉ l ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ତାହା ଜିଲ୍ଲାରେ ସଠିକ ଭାବରେ ରୁପାୟନ ହେଉ । ଜିଲ୍ଲାରେ ୟୁରିଆ ସାରର ଏଇ ସମୟରେ ବହୁତ ଚାହିଦା ଥିବାରୁ ଏହାର ସୁଷମ ବଣ୍ଟନ ଉପରେ ବିଭାଗ ଗୁରୁତ୍ଵ ଦେଉ l ନୂଆଖାଇ ସମୟରେ ” ଷାଠିଆ ଧାନ ” ର ବହୁତ ଚାହିଦା ରହିଥିବାରୁ ଏହାର ସ୍ଵତନ୍ତ୍ର ବିକାଶ ଏବଂ ଉତ୍ପାଦନ ବୃଦ୍ଧି ଉପରେ କୃଷି ବିକାଶ କେନ୍ଦ୍ର ଶୀଘ୍ର ଗବେଷଣା କରୁ ।ଅର୍ଗାନିକ ପଦ୍ଧତି ରେ ଏହା ଚାଷ ହେବ l ଏହା ସହିତ ସ୍ଥାନୀୟ ବାସମତି ଧାନର ମଧ୍ଯ ବିକାଶ କରାଯିବ l ଜିଲ୍ଲାରେ ଅଣ ଧାନ ଫସଲ ମକା, ମାଣ୍ଡିଆ ଏବଂ କପା ଭଲ ଉତ୍ପାଦନ ହେଉଥିବାରୁ ଏହା ବ୍ୟାପକ ଭାବରେ ଚାଷ ହେଉ ।ସମନ୍ଵିତ କୃଷି ଉପରେ ଗୁରୁତ୍ଵ ଦେଲେ ଚାଷୀ ମାନେ ଏହାଦ୍ୱାରା ଲାଭବାନ ହେବା ସହିତ ଅନ୍ୟମାନଙ୍କୁ ମଧ୍ଯ କାମ ଯୋଗାଇ ପାରିବେ । ଏହାଦ୍ୱାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ହୋଇ ପାରିବ l କୃଷି ବିଭାଗ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ଓ ସଫଳତାର କାହାଣୀ ପାୱାର୍ ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରା ଯାଇଥିଲା । ଜିଲ୍ଲାରେ ୫୮୩୨୧ ଜଣ କୃଷକ ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫ୍ ଋତୁ ପାଇଁ ବୀମାଭୂକ୍ତ ହୋଇଛନ୍ତି । ଜିଲ୍ଲାରେ ୫୭୫୯ ଟି ପରିବାର ପ୍ରବାସୀ ଶ୍ରମିକ ରୁ ଫେରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୦୨୮ ଟି ପରିବାରଙ୍କୁ ବିଭାଗ ସର୍ଭେ କରିଛି ।ଏମାନଙ୍କୁ ଅତିଶିଘ୍ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ କର୍ମଚାରୀ ସମର୍ପିତ ଭାବରେ ସେବା ଯୋଗାଇ କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha