200
ଆୟୋଜକଙ୍କ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହ ଏହି ମାନବିକ ପ୍ରୟାସରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି। “ରକ୍ତଦାନ ହେଉଛି ମହାନ ଦାନ—ଏକ ୟୁନିଟ୍ ରକ୍ତ ଅନେକ ଜୀବନ ବଞ୍ଚାଇପାରେ” ବୋଲି ସଚେତନତା ବାର୍ତ୍ତା ଦିଆଯାଇଥିଲା।
ନୂଆପଡ଼ା -୨୬/୦୮- ପବିତ୍ର ୧୫୦୧ତମ ମିଲାଦ୍-ଉନ୍-ନବୀ ଅବସରରେ ଲଖନା ପଞ୍ଚାୟତ ପରିସର ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଲଖନା ସୁନ୍ନି ମୁସଲିମ୍ ଜମାତ୍ ପକ୍ଷରୁ ଆୟୋଜିତ ଏହି ମହତ୍ ଅଭିଯାନରେ ରକ୍ତ ଦାତାମାନେ ଉତ୍ସାହର ସହ ଯୋଗଦେଇ ମୋଟ ୪୨ ୟୁନିଟ୍ ରକ୍ତଦାନ କରିଛନ୍ତି।
ରକ୍ତଦାନ ଭଳି ମାନବିକ ଓ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ଆବଶ୍ୟକ ସମୟରେ ରୋଗୀଙ୍କ ଜୀବନ ରକ୍ଷାରେ ସହଯୋଗ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିବିରରେ ରକ୍ତଦାତାଙ୍କ ସହ ସ୍ୱେଚ୍ଛାସେବୀ, ମେଡିକାଲ୍ ଟିମ୍, ସମର୍ଥକ ଓ ଶୁଭେଚ୍ଛୁମାନେ ସହଯୋଗ କରିଥିଲେ।
