Home ରାଜ୍ୟକାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ଶିବିର।

କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ଶିବିର।

ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ଆଇନ ୨୦୧୩ ବିଷୟରେ ଆଲୋକପାତ କରିଥିଲେ ଏବଂ ସମସ୍ତ ସରକାରୀ ତଥା ବେସରକାରୀ ସଂସ୍ଥାରେ ଏହି ଆଇନର କଡ଼ାକଡ଼ି ପାଳନ ପାଇଁ ଆହ୍ବାନ କରିଥିଲେ ।

by Maraguda Express
0 comments

ନୂଆପଡ଼ା -୨୦/୯ (ସୁରେନ୍ଦ୍ର ତିୱାରୀ ) ସଦର ବ୍ଳକ ଭରୁଆମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଆଇନ, ୨୦୧୩ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପ-ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ ମାଝୀ, ସରପଞ୍ଚ ଯମୁନା ସାହୁ, ନାଏବ ସରପଞ୍ଚ ଭଜମନୀ ଧରୁଆ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ଯ, ଗ୍ରାମବାସୀ, ଅଧିକାର ମିତ୍ରଗଣ ଓ ଛାତ୍ର ଛାତ୍ରୀଙ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ଆଇନ ୨୦୧୩ ବିଷୟରେ ଆଲୋକପାତ କରିଥିଲେ ଏବଂ ସମସ୍ତ ସରକାରୀ ତଥା ବେସରକାରୀ ସଂସ୍ଥାରେ ଏହି ଆଇନର କଡ଼ାକଡ଼ି ପାଳନ ପାଇଁ ଆହ୍ବାନ କରିଥିଲେ । ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି ଏବଂ ଉପ-ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଗୌଧସ୍ ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱଚ୍ଛ ଓ ସବୁଜ ନୂଆପଡ଼ା ଗଠନ ପାଇଁ ଏକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରାଧିକରଣର ସଚିବ, ସରପଞ୍ଚ, ଅନ୍ୟ ସମସ୍ତ ଅତିଥି ଏବଂ ବିଦ୍ୟାଳୟର ଛାତ୍ରମାନେ ମିଶି ପ୍ରପାତର ଉପର ତଥା ତଳମୁଣ୍ଡରେ ସମୁଦାୟ ପ୍ରାୟ ୨୪୦ କେଜି ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁ ସଂଗ୍ରହ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha